ରାୟପୁର: ସାତଟି ଗାଡିରେ ନିଆଁ ଲଗାଇଲେ ନକ୍ସଲ । ଛତିଶଗଡର ସୁକମା ଜିଲ୍ଲାରେ ଏକ ନକ୍ସଲ ସଙ୍ଗଠନ ସାତୋଟି ଗାଡିରେ ନିଆଁ ଲଗାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଘଟଣାଟି ସୁକମାର ଏରାବୋରା ଅଞ୍ଚଳରେ ଘଟିଥିବା କହିଛନ୍ତି ସୁକମା ଏସପି ଏଲ ଧ୍ରୁବ । ଭାରତ ବନ୍ଦର ଗୋଟିଏ ଦିନ ପୂର୍ବରୁ ନକ୍ସଲ ଏହି କାଣ୍ତ ଘଟାଇଥିବା କହିଛନ୍ତି ସୁକମା ଏସପି । ପ୍ରାଥମିକ ସୂଚନାଅନୁସାରେ, ଅଲଟ୍ରାସର ଏକ ଦଳ ଏହି ଅଞ୍ଚଳରେ ପହଞ୍ଚି ଗାଡି ଜାଳି ଦେଇଥିଲେ । ଭାରତ ବନ୍ଦକୁ ସଫଳ କରିବାକୁ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ନକ୍ସଲମାନେ ଗାଡିରେ ନିଆଁ ଲଗାଇବା ଘଟଣାରେ କେହି ଡ୍ରାଇଭର ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଲଗାତାର ଭାବେ ସୁକମାକୁ ମିଶାଇ ସାତଟି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହ ସୁରକ୍ଷାବାହିନୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି ନକ୍ସଲ । ନିକଟରେ ସୁକମା ଅଞ୍ଚଳରେ ପୋଲିସ ଇନଫରମର ଭାବି ଦୁଇ ଛାତ୍ରଙ୍କୁ ହତ୍ୟା କରିଥିଲେ ନକ୍ସଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ