ETV Bharat / bharat

ନକ୍ସଲଙ୍କ ବର୍ବର କାଣ୍ଡ: ଗ୍ରାମବାସୀଙ୍କୁ ଅପହରଣ ପରେ କଲେ ହତ୍ୟା

author img

By

Published : May 4, 2022, 12:31 PM IST

ବିଜାପୁରରେ ନକ୍ସଲଙ୍କ ବର୍ବର କାଣ୍ତ । ଗ୍ରାମବାସୀଙ୍କୁ ଅପହରଣ ପରେ ହତ୍ୟା (Naxalites killed villager in Bijapur) । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ନକ୍ସଲଙ୍କ ବର୍ବର କାଣ୍ଡ: ଗ୍ରାମବାସୀଙ୍କୁ ଅପହରଣ ପରେ ହତ୍ୟା

ରାୟପୁର: ବିଜାପୁରରେ ନକ୍ସଲଙ୍କ ବର୍ବର କାଣ୍ତ । ଗ୍ରାମବାସୀଙ୍କୁ ଅପହରଣ ପରେ ହତ୍ୟା (Naxalites killed villager in Bijapur) । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ବିଜାପୁର ବ୍ଲକ କାନ୍ଦୁଲନାର ପଞ୍ଚାୟତରୁ । ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ସୋମବାର ବିଳମ୍ବିତ ରାତିରେ ବିଜାପୁର ବ୍ଲକ କାନ୍ଦୁଲନାର ପଞ୍ଚାୟତରୁ ୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ତେବେ ସେମାନଙ୍କ ମଧ୍ୟରୁ ଗତକାଲି(ମଙ୍ଗଳବାର) ଜଣକୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଦେଇଥିଲେ ନକ୍ସଲ । ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ଅପହରଣ କରିଥିବା ସତ୍ୟମ୍ ପୁଲେସଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟାକରିଥିଲେ ଏବଂ ଅନ୍ୟ ଏକ ଅପହରଣକାରୀ ଭୀମାକୁ ମୁକ୍ତ କରିଥିଲେ । ଏହି ସମସ୍ତ ଘଟଣା ମୋଦକପାଲ ଥାନା ଅଞ୍ଚଳର ଅଟେ ।

କୁହାଯାଉଛି ଯେ, ନକ୍ସଲମାନେ ପ୍ରଥମେ ଦୁଇ ଗ୍ରାମବାସୀଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲ ଆଡକୁ ନେଇଯାଇଥିଲେ । ଗ୍ରାମର କୌଣସି ବିଷୟରେ ନିଷ୍ପତ୍ତି ନେବା ନେଇ ସତ୍ୟମ୍ ପୁଲେସଙ୍କୁ(୨୫) ହତ୍ୟା କରିଥିଲେ ଏବଂ ଅନ୍ୟଜଣେ ଗ୍ରାମବାସୀ ଭୀମାକୁ ନକ୍ସଲମାନେ ଛାଡି ଦେଇଥିଲେ ।

ତେବେ ଏହି ଘଟଣାକୁ ନେଇ ବିଜେପୁର ଡିଏସପି ଆଶିଷ କୁଞ୍ଜାମ କହିଛନ୍ତି ଯେ, ଏହି ଘଟଣା ମୋଦକପାଲ ଥାନା ଅଞ୍ଚଳର ଅଟେ । ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମୋଦକପାଲଙ୍କ ଟିଆଇ ମଧ୍ୟ ଏହି ଘଟଣାକୁ ନେଇ କହିଛନ୍ତି ଯେ, ମୃତ ସତ୍ୟମ ପାଲଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଭୀମାକୁ ପଚରାଉଚରା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.