ରାୟପୁର: ଛତିଶଗଡ ନାରାୟଣପୁର ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା । ସ୍ଥାନୀୟ ଜଣେ ସରପଞ୍ଚ ଫୁଲଡେ ସଲାମଙ୍କ ସ୍ୱାମୀଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଫରାସଗାଓଁ ପୋଲିସ ଷ୍ଟେସନ ଅଞ୍ଚଳରେ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି ( naxalites killed sarpanch husband torched JCB) । ଏହି ଘଟଣା ନାରାୟଣପୁର ଠାରୁ ପ୍ରାୟ 12 କି.ମି ଦୂରରେ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଘଟିଛି । ଏଥିରେ ପ୍ରାୟ 30 ମାଓବାଦୀ ସାମିଲ ଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ମାଓବାଦୀ ଫରାସଗାଓଁ ଥାନା ଅଧୀନସ୍ଥ କରମାରି ପଞ୍ଚାୟତର ସରପଞ୍ଚ ଫୁଲଡେ ସଲାମଙ୍କ ସ୍ୱାମୀ ବିରଜୁ ସଲାମଙ୍କୁ ହତ୍ୟା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯାନବାହାନ ଓ ଯନ୍ତ୍ରାସଂରେ ମଧ୍ୟ ନିଆଁ ଲଗାଇଦେଇଥିଲେ ।
ନେଲନ ଏରିଆ କମିଟିର ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ସେତୁ ନିର୍ମାଣରେ ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ସରପଞ୍ଚ ଫୁଲଡେ ସଲାମଙ୍କ ସ୍ବାମୀଙ୍କୁ ଟାର୍ଗେଟ କରାଯାଇଛି । ହତ୍ୟାକାଣ୍ଡ ଓ ପୋଡାଜଳା ପରେ ମାଓବାଦୀମାନେ ଉକ୍ତ ସ୍ଥାନରେ ଏକ ପୋଷ୍ଟର ଓ ବ୍ୟାନର ମଧ୍ୟ ଛାଡି ଯାଇଥିବା ଦେଖିବାକୁ ମିଳିଛି । ଏହା ପୋଷ୍ଚରରେ ଗ୍ରାମବାସୀ ଏବଂ ପ୍ରଶାସନକୁ ଚେତାବନୀ ସହ ଧମକପୂର୍ଣ୍ଣ ବାର୍ତ୍ତା ଦେବାକୁ ପ୍ରାୟସ କରିଛି ଲାଲବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ