ETV Bharat / bharat

ମାଓ ଆକ୍ରମଣ ଯୋଜନା ପଣ୍ଡ, 50 କେଜି ବିସ୍ଫୋରକ ଜବତ କଲା ସୁରକ୍ଷାବଳ - ଛତିଶଗଡରେ ନକ୍ସଲ କ୍ୟାମ୍ପ ଠାବ

ବିଜାପୁରରେ ରାସ୍ତାରେ ସୁଡଙ୍ଗ ଖୋଳି IED ବିଛାଇଥିଲେ ନକ୍ସଲ । 2 IED ସହ 50 କେ.ଜି ବିସ୍ଫୋରକ ଜବତ କଲା ସୁରକ୍ଷାବଳ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ଛତିଶଗଡରେ ନକ୍ସଲ କ୍ୟାମ୍ପ ଠାବ, 2 IED ସହ 50 କେଜି ବିସ୍ଫୋରକ ଜବତ

author img

By

Published : May 24, 2023, 10:57 PM IST

ରାୟପୁର: ଛତିଶଗଡ ବିଜାପୁରରେ ରାସ୍ତାରେ ସୁଡଙ୍ଗ ଖୋଳି IED ବିଛାଇଥିଲେ ନକ୍ସଲ । କୁମ୍ବିଂ ଅପରେସନରେ ନିୟୋଜିତ ଥିବା ଯବାନ ସୁଡ଼ଙ୍ଗ ଠାବ କରିବା ସହ ଏଥିରୁ ବିପୁଳ ପରମାଣର ବିସ୍ଫୋରକ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ ବିସ୍ଫୋରକ ମଧ୍ୟରେ ଦୁଇଟି IED ଓ ପ୍ରାୟ 50 କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ରହିଛି । ସ୍ଥାନୀୟ ପୋଲିସ ଓ ପାରା ମିଲାଟାରୀ ଫୋର୍ସ କୁମ୍ବିଂ ଅପରେସନ କରିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜବତ IEDକୁ ବୋମା ନିଷ୍କ୍ରିୟକାରୀ ଟିମ୍‌ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ନଷ୍ଟ ମଧ୍ୟ କରିଛନ୍ତି ।

ବିଜାପୁରର ଅବାପାଲୀ-ବାସଗୁଡା ରାସ୍ତାରେ ସୁଡଙ୍ଗ ଖୋଳାଯାଇ ଏହି ବିସ୍ଫୋରକ ଖଞ୍ଜାଯାଇଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ବିସ୍ଫୋରକ ନକ୍ସଲ ଲଗାଇଥିବା ବେଳେ ବଡ଼ ଧରଣର ବିପଦ ଟଳିଛି । ରାସ୍ତାରେ ଏକ ସୁଡ଼ଙ୍ଗ ଥିବା ପରି ସନ୍ଦେହ ହେବା ପରେ ସୁରକ୍ଷାକର୍ମୀ ଯାଞ୍ଚ କରିଥିଲେ । ସେଥିରେ 8 ଫୁଟ ଲମ୍ବା-ଚଉଡ଼ା ଓ 5 ଫୁଟ ଗଭୀରର ଏକ ବିଶାଳ ସୁଡଙ୍ଗ ଖୋଳାଯାଇଥିବା ଜଣାପଡିବା ପରେ ଆଇଡି କିମ୍ବା ଲ୍ୟାଣ୍ଡମାଇନ ଲଗାଯାଇଥିବା ସନ୍ଦେହ ବଢିଥିଲା । ସୁରକ୍ଷାବଳ ବୋମା ନିଷ୍କ୍ରୟକାରୀ ଟିମ୍‌କୁ ସୂଚନା ଦେଇଥିଲା । ସତର୍କତାମୂଳକ ଏହି ସୁଡ଼ଙ୍ଗରୁ ସମସ୍ତ ବିସ୍ଫୋରକ ଉଦ୍ଧାର କରାଯାଇଥିଲା । 2 ଆଇଡି ଓ ଦୁଇଟି ପ୍ଲାଷ୍ଟିକ ଡ୍ରମରେ 25 କେଜି ଲେଖାଏଁ ମୋଟ 50 କେ.ଜି ବିସ୍ଫୋରକ ସାମଗ୍ରୀ ଜବତ କରାଯିବା ପରେ ତାକୁ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ନଷ୍ଟ କରାଯାଇଛି ।

ଛତିଶଗଡ ଦନ୍ତେଓ୍ବାଡାରେ ଗତମାସ 26 ତାରିଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ 10 ଯବାନଙ୍କ ପ୍ରାଣ ନେଇଥିଲେ ନକ୍ସଲ । ଏଥିରେ ଜିଲ୍ଲା ରିଜର୍ଭ ଗାର୍ଡର 10 ଯବାନ ଓ ଜଣେ ଡ୍ରାଇଭର ପ୍ରାଣ ହରାଇଥିଲେ । ଏହାପରେ ସ୍ଥାନୀୟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ମୁତୟନ ବଢାଯାଇଥିଲା । ଆଜି ମଧ୍ୟ ସାମାନ ଭାବେ ବିଜାପୁରରେ ନସ୍କଲମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ରାସ୍ତାରେ ସୁଡ଼ଙ୍ଗ ଖୋଳି ବସ୍ଫୋରକ ଲଗାଇଥିଲେ । ହେଲେ ସୁରକ୍ଷାକର୍ମୀଙ୍କୁ ତତ୍ପରତା ଯୋଗୁ ବଡ଼ ଧରଣର ବିସ୍ଫୋରଣକୁ ଟାଳି ଦିଆଯାଇପାରିଛି ।

ଘଟଣା ପରେ ସ୍ଥାନୀୟ ଜଙ୍ଗଲରେ କୁମ୍ବିଂ ଜୋରଦାର କରାଯାଇଛି । ଅତିରିକ୍ତ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିବା ବେଳେ ନିକଟବର୍ତ୍ତୀ ସ୍ଥାନରେ ସେମାନଙ୍କ କ୍ୟାମ୍ପ ଥିବା ସନ୍ଦେହରେ ସୁରକ୍ଷାକର୍ମୀ କୁମ୍ବିଂ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.