ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବନୀତ ରାଣା, ଉଦ୍ଧବ ଠାକରେଙ୍କୁ ଦେଲେ ନିର୍ବାଚନ ଲଢିବାର ଆହ୍ବାନ - Navneet Rana news

ହସ୍ପିଟାଲରୁ ଡିସଚାର୍ଜ ହେଲେ ଅମରାବତୀ ସାଂସଦ ନବନୀତ ରାଣା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଲେ ନିର୍ବାଚନ ଲଢିବାର ଆହ୍ବାନ । ଅଧିକ ପଢନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବନୀତ ରାଣା, ଉଦ୍ଧବ ଠାକରେଙ୍କୁ ଦେଲେ ନିର୍ବାଚନ ଲଢିବାର ଆହ୍ବାନ

author img

By

Published : May 8, 2022, 9:39 PM IST

ମୁମ୍ବାଇ: ମହାରାଷ୍ଟ୍ର ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ବେଲରେ ଆସିଥିବା ଅମରାବତୀ ସାଂସଦ ନବନୀତ ରାଣା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଆଜି ହସ୍ପିଟାଲରୁ ବାହାରିବା କ୍ଷଣି ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ କୌଣସି ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଚୟନ କରନ୍ତୁ, ସେ ତାଙ୍କୁ ପ୍ରତିଦ୍ବନ୍ଦୀ ଭାବେ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଥିବା ନବନୀତ କହିଛନ୍ତି ।

ସେହିପରି ହନୁମାନ ଚାଳିଶା ବିବାଦ ଓ ତାଙ୍କୁ ଗିରଫଦାରୀ ଘଟଣା ସମ୍ପର୍କରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ନବନୀତ । ସେ କେବଳ ପ୍ରଭୁ ଶ୍ରୀରାମଙ୍କ ନାମ ନେଇଥିଲେ ଓ ହନୁମାନ ଚାଳିଶା ପଢିବା ପାଇଁ ଘୋଷଣା କରିଥିଲେ । ଏତିକିରେ ସେ ସରକାରୀ କ୍ଷମତାର ଅପବ୍ୟବହାରର ଶିକାର ହେଲେ । ତାଙ୍କୁ 14ଦିନ ତାଙ୍କୁ ଜେଲରେ ରଖାଗଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାବେଳେ ଡାକ୍ତରଙ୍କୁ ଅନୁରୋଧ କରି ସେ ହସ୍ପିଟାଲରୁ ହୋଇଥିବା ମଧ୍ୟ କହିଛନ୍ତି ।

ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ମଧ୍ୟ ଟାର୍ଗେଟ କରି ଶୁଆ ବୋଲି ସମ୍ବୋଧନ କରିଛନ୍ତି ନବନୀତ । ଶିବସେନା ଶାସନରେ ମୁମ୍ବାଇ ମହାନଗର ନିଗମରେ ବ୍ୟାପକ ଦୁର୍ନୀତି ହୋଇଛି ଓ ସେ ଏହା ବିରୋଧରେ ଲଢେଇ ଜାରି ରଖିବେ । ତାଙ୍କୁ 14ଦିନ ଜେଲର ରଖି ଡରାଇ ଦିଆଯାଇପାରିବ ନାହିଁ ବରଂ ସେ 14 ବର୍ଷ ପର୍ଯ୍ଯନ୍ତ ଜେଲରେ ରହିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ନବନୀତ କହିଥିଲେ । ସେ ଶିବସେନା ବିରୋଧରେ ଲଢେଇ ଜାରି ରଖିବା ସହ ଦୁର୍ନୀତିର ପର୍ଦ୍ଦାଫାଶ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.