ETV Bharat / bharat

ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର: ଜେଲ୍‌ରେ ଥିବା ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି

author img

By

Published : Mar 24, 2023, 9:28 AM IST

ଜେଲ୍‌ରେ ଥିବା କଂଗ୍ରେସ ନେତ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର । ଭାବପ୍ରବଣ ହୋଇ ସ୍ବାମୀଙ୍କ ଉଦ୍ଦେଶ୍ୟରେ କଲେ ଟ୍ବିଟ୍ । ଅଧିକ ପଢନ୍ତୁ

ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର
ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନ୍ସରରେ ପୀଡିତ ଅଛନ୍ତି । ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ କ୍ୟାନ୍ସର ଏବେ ଷ୍ଟେଜ-୨ରେ ଅଛି । ତାଙ୍କର ଅସ୍ତ୍ରୋପଚାର ହେବାକୁ ଯାଉଛି । ଏନେଇ ସେ ନିଜେ ଟ୍ବିଟ୍ କରି ଜଣାଇଛନ୍ତି । ତାଙ୍କର ଏଭଳି ରୋଗ ସମୟରେ ସ୍ବାମୀ ଜେଲରେ ଥିବାରୁ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇ ସିଦ୍ଧୁଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଲେଖିଛନ୍ତି । ନବଜୋତ କୌର ଲେଖିଛନ୍ତି, ''ସେ(ନବଜୋତ ସିଂ ସିଦ୍ଧୁ) ଯେଉଁ ଅପରାଧ ପାଇଁ ଜେଲ୍ ଅଛନ୍ତି ତାହା ସେ କରିନାହାନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ କ୍ଷମା କରିଦିଅ । ବାହାରେ ରହି ପ୍ରତିଦିନ ତୁମଠାରୁ ଅଧିକ ତୁମକୁ ମୁଁ ଅପେକ୍ଷା କରିଛି । ସବୁଥର ଭଳି ତୁମର ଯନ୍ତ୍ରଣା ନେଇଯିବାକୁ ଚେଷ୍ଟା କରୁଛି ।''

  • He is in the prison for a crime he has not committed.Forgive all those involved.Waiting for you each day outside probably suffering more than you. As usual trying to take your pain away,asked for sharing it. Happened to see a small growth, knew it was bad.1/2

    — DR NAVJOT SIDHU (@DrDrnavjotsidhu) March 22, 2023 " class="align-text-top noRightClick twitterSection" data=" ">

ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ତୁମ ଅପେକ୍ଷାରେ ଅଛି । ତୁମେ ବାରମ୍ବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ମୁଁ ଦେଖୁଛି । ସତ୍ୟ ବହୁତ ଶକ୍ତିଶାଳୀ । କିନ୍ତୁ ଏହା ତୁମର ବାରମ୍ବାର ପରୀକ୍ଷା ନେଉଛି । ଏଇଟା କଳିଯୁଗ । କ୍ଷମା କରିଦେବ ତୁମକୁ ଅପେକ୍ଷା କରିପାରିବିନି କାରଣ ବର୍ତ୍ତମାନ ମୋ କ୍ୟାନ୍ସର ଷ୍ଟେଜ-୨ରେ ଅଛି । ଆଜି ମୁଁ ଅସ୍ତ୍ରୋପଚାର ପାଇଁ ଯାଉଛି । ଏଥିପାଇଁ ମୁଁ କାହାରିକୁ ଦୋଷ ଦେବିନି । ଏସବୁ ଭଗବାନଙ୍କ ଇଚ୍ଛା ।

ନବଜୋତ କୌରଙ୍କ ଏହି ଟ୍ବିଟରେ ଅନେକ ୟୁଜର୍ସ ଏବଂ ରାଜେନେତା ତାଙ୍କ ପ୍ରତି ସମ୍ବେଦନା ଜଣାଇଛନ୍ତି । ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜ କୌରଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଛନ୍ତି, ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଆପଣଙ୍କ ଅସ୍ତ୍ରୋପଚାର ହେବାକୁ ଯାଉଛି ଜାଣି ମୁଁ ଦୁଃଖିତ । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ ଠିକ୍ ସମୟରେ ରୋଗ ଚିହ୍ନଟ ହୋଇଯାଇଛି । ୱାହେଗୁରୁ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୩୪ ବର୍ଷ ପୁରୁଣା ରୋଡ ରେଜ୍ କେସରେ ପଞ୍ଜାବର ପୂର୍ବତନ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁ ଜେଲ୍ ଯାଇଛନ୍ତି । ୧୯୮୮ ମସିହାରେ ସିଦ୍ଧୁ ପଟିଆଲରେ ପାର୍କିଂକୁ ନେଇ ଜଣେ ସାଧାରଣ ଲୋକ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର କିଛି ଦିନ ପରେ ସେହି ଲୋକଟିର ମୃତ୍ୟୁ ହୋଇଥିଲା । ଏହାପରେ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲେ । ଗତବର୍ଷ ମେ'ରେ ସୁପ୍ରିମକୋର୍ଟ ତାଙ୍କୁ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.