ETV Bharat / bharat

ପୁଣି ବକେୟା ବିଦ୍ୟୁତ ବିଲ ପାଇଁ ବିବାଦରେ ସିଦ୍ଧୁ, ଦେଇନାହାନ୍ତି ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Jan 28, 2022, 5:37 PM IST

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ଚାରି ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ରଖିଛନ୍ତି । ଅଧିକ ପଢନ୍ତୁ

Navjot singh Sidhu
ପୁଣି ସାମନାକୁ ଆସିଲା ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ

ଚଣ୍ଡିଗଡ: ପୁଣି ସାମନାକୁ ଆସିଲା ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ। ପୂର୍ବତନ ଭାରତୀୟ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ଚାରି ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ସିଦ୍ଧୁଙ୍କ ବିଦ୍ୟୁତ ବକେୟା ରହିଥିଲା ।

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ ଖବର ପୁଣି ସାମନାକୁ ଆସିଛି। ସିଦ୍ଧୁ ଅମୃତସର ସ୍ଥିତ ବାସଭବନରେ ୪,୨୨,୩୩୦ ଟଙ୍କା ପୈଠ କରିନାହାଁନ୍ତି । ଗତ 6 ମାସ ହେଲା ସେ ଏହି ବିଲ ପୈଠ କରିନାହାଁନ୍ତି । ଏହି ବିଲ ଗତ ଜାନୁୟାରୀ ୧୯ ତାରିଖ ଦିନ ବାହାରିଛି । ଏହା ପୂର୍ବରୁ ଗତ ଅଗଷ୍ଟ ୨୦୨୧ ରେ ମଧ୍ୟ ସିଦ୍ଧୁଙ୍କ ବିଦ୍ୟୁତ ବିଲ ବକେୟା ଥିବା ଜଣାପଡିଥିଲା। ଏତେ ମୋଟା ଅଙ୍କର ବିଲ ବାକି ଥିଲେ ମଧ୍ୟ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମ ସିଦ୍ଧୁଙ୍କ ବିଦ୍ୟୁତ ସରାବରାହ ଜାରି ରଖିଛନ୍ତି।

ସିଦ୍ଧୁ କେବେ ମଧ୍ୟ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି। ଏନେଇ ଗତ ଜୁଲାଇ ମାସରେ ବକେୟା ବିଦ୍ୟୁତ ବିଲ ୮,୭୪,୭୮୪ ଟଙ୍କା ପୈଠ କରିବା ପାଇଁ ବିଲ ପଠାଇଥିଲା ବିଦ୍ୟୁତ ବିଭାଗ ।

ତେବେ ଏହାକୁ ନେଇ ସିଦ୍ଧୁଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି ବିରୋଧୀ। ବିରୋଧୀ ବିଜେପି ସିଦ୍ଧୁକୁ ରାଜ୍ୟରେ ମାଫିଆ ରାଜ ଚଳାଇଛନ୍ତି ବୋଲି କହିଛିି । ଏହା ସହ ରାଜ୍ୟରେ ମାଫିଆଙ୍କ ଯୋଗୁଁ କୋଟି କୋଟି ଟଙ୍କା ଲୁଣ୍ଠିତ ହେଉଛି ବୋଲି ବିଜେପି କହିଛି। ତେବେ ଚଳିତ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାକୁ ନେଇ ବିରୋଧୀ ସିଦ୍ଧୁଙ୍କ ଉପରେ ଟାର୍ଗେଟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.