ETV Bharat / bharat

Punjab Politics: ଅପରାହ୍ନରେ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ

author img

By

Published : Sep 30, 2021, 1:14 PM IST

ଅପରାହ୍ନ ୩ଟା ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ଭୋଟିବେ ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ...

Punjab Politics: ଅପରାହ୍ନରେ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ
Punjab Politics: ଅପରାହ୍ନରେ ଚନ୍ନିଙ୍କୁ ଭେଟିବେ ସିଦ୍ଧୁPunjab Politics: ଅପରାହ୍ନରେ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ

ଚଣ୍ଡୀଗଡ: ପଞ୍ଜାବ ରାଜନୀତିରେ ଦେଖାଦେଇଛି ସଙ୍କଟ । ମୁଖ୍ୟମନ୍ତ୍ରୀ ପଦରୁ ଅମରେନ୍ଦ୍ର ସିଂ ଇସ୍ତଫା ଦେବା ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ଏକ ପ୍ରକାର ସଙ୍କଟ ମଧ୍ୟରେ ଗତିକରୁଛି ପଞ୍ଜାବ କଂଗ୍ରେସ ସ୍ଥିତି । ଏହାରି ମଧ୍ୟରେ ଆଜି(ଗୁରୁବାର) ଅପରାହ୍ନ ୩ଟା ରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ପୂର୍ବତନ ପଞ୍ଜାବ ପ୍ରଦେଶ କମିଟି ସଭାପତି ନବଜୋତ ସିଂ ସିଦ୍ଧୁ ଭେଟିବେ ବୋଲି ସୂଚନା ମିଳିଛି ।

  • Chief Minister has invited me for talks … will reciprocate by reaching Punjab Bhawan, Chandigarh at 3:00 PM today, he is welcome for any discussions !

    — Navjot Singh Sidhu (@sherryontopp) September 30, 2021 " class="align-text-top noRightClick twitterSection" data=" ">

ଏନେଇ ଆଜି ସିଦ୍ଧୁ ଟ୍ବିଟ କରି କହିଛନ୍ତି ଯେ, 'ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ ସ୍ଥିତ ତାଙ୍କ ବାସଭବନକୁ ସାକ୍ଷାତ ପାଇଁ ଡାକିଛନ୍ତି । ସେ କୌଣସି ଆଲୋଚନା କରିପାରନ୍ତି । ଟ୍ବିଟରରେ ଏକ ଭିଡିଓ ସେୟାର କରି ସିଦ୍ଧୁ କହିଛନ୍ତି ଯେ, ୧୭ ବର୍ଷ ରାଜନୈତିକ ଯାତ୍ରା କେବଳ ଗୋଟିଏ ଉଦ୍ଦେଶ୍ୟ ସହ କରିଆସିଛି । ପଞ୍ଜାବଲୋକଙ୍କ ପାଇଁ ଉଚିତ କାମ କରିବା ଓ ତାଙ୍କ ଜୀବନ ଶୈଳୀକୁ ଉନ୍ନତି ଆଣିବା ମୋର ଏକମାତ୍ର ଧର୍ମ ଓ ଦାୟିତ୍ବ ବୋଲି ସେ କହିଛନ୍ତି । ଏହି ଲଢେଇ ମୋ ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ, ବରଂ ଗୋଟିଏ ମୁଦ୍ଦାର । ପଞ୍ଜାବର ନିଜର ଏଜେଣ୍ଡା ଅଛି ଆଉ ଏଥିପାଇଁ ମୁଁ ଅଧିକାର ଓ ସତ୍ୟର ଲଢେଇ କରି ଚାଲିଛି, କୌଣସି ଆପୋଷ ବୁଝାମଣା କରାଯିବନି ।

ଅନ୍ୟପଟେ ଗତକାଲି ଚନ୍ନି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାର ଦଳର ଆଦର୍ଶ ଉପରେ ଚାଲିଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କ ସହ ମଧ୍ୟ କଥା ହୋଇଛୁ, ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କରିଛୁ । ଚନ୍ନି ଆହୁରି କହିଛନ୍ତି ଯେ, ଅନେକ ମନ୍ତ୍ରୀ ସିଦ୍ଧୁଙ୍କୁ ଭେଟିଛନ୍ତି । ସେମାନେ ଆଜି ଏବଂ ଆସନ୍ତାକାଲି ତାଙ୍କ ସହିତ ବସି ଆଲୋଚନା କରିବେ । ସେ କହିଛନ୍ତି ଯେ, ସରକାରଙ୍କୁ କ୍ଷତି ପହଞ୍ଚାଇବା ପାଇଁ କୌଣସି କାର୍ଯ୍ୟ କରିବୁ ନାହିଁ, ଆମେ ଆଲୋଚନା ମାଧ୍ୟମରେ ମତଭେଦ ସମାଧାନ କରିବୁ । ତେବେ ଚନ୍ନିଙ୍କ ନିମନ୍ତ୍ରଣର ଗୋଟିଏ ଦିନ ପରେ ଜବାବ ରଖିଛନ୍ତି ସିଦ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.