ETV Bharat / bharat

Navjot Singh Sidhu: ସିଦ୍ଧୁଙ୍କ ଘରେ ସନ୍ଦିଗ୍ଧ, ପଞ୍ଜାବ ପୋଲିସକୁ ଦେଲେ ସୂଚନା - ସିଦ୍ଧୁଙ୍କ ଘରେ ସନ୍ଦିଗ୍ଧ

ସନ୍ଧ୍ୟା ସମୟରେ ନବଜୋତ ସିଂ ସିଦ୍ଧୁ ଘରେ ପଶିଲା ସନ୍ଦିଗ୍ଧ । ସୁରକ୍ଷା ପାଇଁ ପଞ୍ଜାବ ପୋଲିସକୁ ଅବଗତ କରାଇଲେ ସିଦ୍ଧୁ । ଅଧିକ ପଢନ୍ତୁ

Navjot Singh Sidhu
Navjot Singh Sidhu
author img

By

Published : Apr 17, 2023, 8:35 AM IST

ଚଣ୍ଡିଗଡ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଗତକାଲି(ରବିବାର) ସନ୍ଧ୍ୟା ସମୟରେ ତାଙ୍କ ଛାତ ଉପରେ କେହି ଜଣେ ସନ୍ଦିଗ୍ଧ ପଶିଥିବା ନେଇ ଜଣାପଡିଛି । ଏନେଇ ଖୋଦ ନବଜୋତ ସିଂ ସିଦ୍ଧୁ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କ ଘରକୁ କେହି ଜଣେ ସନ୍ଦିଗ୍ଧ ପଶିଥିବା ନେଇ ସେ କହିଥିବା ବେଳେ ଏନେଇ ସେ ପଞ୍ଜାବ ପୋଲିସକୁ ସୂଚନା ଦେଇଛନ୍ତି ।

  • Today on the terrace of my residence an unknown suspicious character wrapped in grey blanket was noticed around 7:00 PM , the moment my servant went out raised the alarm and called for help , he immediately ran and escaped.

    Have spoken to @DGPPunjabPolice and SSP Patiala has…

    — Navjot Singh Sidhu (@sherryontopp) April 16, 2023 " class="align-text-top noRightClick twitterSection" data=" ">

ନବଜୋତ ସିଂ ସିଦ୍ଧୁ ଟ୍ବିଟ କରି କହିଛନ୍ତି, "ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୋର ପଟିଆଲା ସ୍ଥିତ ବାସଭବନର ଛାତ ଉପରେ ଜଣେ ସନ୍ଦିଗ୍ଧକୁ ଦେଖିଥିଲେ । ସେ ବ୍ରାଉନ ରଙ୍ଗର କମ୍ବଳ ଗୋଡେଇ ହୋଇ ଠିଆ ହୋଇଥିଲା । ଏନେଇ ପ୍ରଥମେ ମୋର ଚାକର ଦେଖିବା ପରେ ଚିତ୍କାର କରିଥିଲା । ଫଳରେ ସନ୍ଦିଗ୍ଧ ଜଣକ ଦୌଡି ପଳାଇଥିଲା । ମୁଁ ଏହି ଘଟଣା ସମ୍ପର୍କରେ ଡିଜିପି ଏବଂ ପଟିଆଲା ଏସ୍ପିଙ୍କୁ ଅବଗତ କରାଇଛି ।"

ଏହା ମଧ୍ୟ ପଢନ୍ତୁ: ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର: ଜେଲ୍‌ରେ ଥିବା ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି

ଏହା ମଧ୍ୟ ପଢନ୍ତୁ: Kejriwal's questioning: ଆନ୍ଦୋଳନ ବେଳେ ଶତାଧିକ AAP କାର୍ଯ୍ୟକର୍ତ୍ତା ଅଟକ, ଜରୁରୀ ବୈଠକ ଡାକିଲା ଦଳ

ତେବେ ପ୍ରକାଶଥାଉକି, ପଟିଆଲା ଜେଲରେ ୩୧୭ ଦିନ ରହିବା ପରେ ଗତ ଏପ୍ରିଲ ୧ ତାରିଖ ଦିନ ଜେଲରୁ ବାହାରିଥିଲେ ସିଦ୍ଧୁ । ୧୯୮୮ରେ କାର ପାର୍କିଂକୁ ନେଇ ପଟିଆଲାର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ସିଦ୍ଧୁଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ଓ ତାଙ୍କ ସହ କାରରେ ଥିବା ତାଙ୍କ ବନ୍ଧୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଥିଲା । ବ୍ୟକ୍ତିଜଣଙ୍କ ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ସଦସ୍ୟ ସିଦ୍ଧୁ ଓ ତାଙ୍କର ବନ୍ଧୁଙ୍କ ବିରୋଧରେ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଏତଲା ଦେଇଥିଲେ । ଏହି ମାମଲାରେ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଜେଲରେ ରହିବା ପରେ ଗତ ଏପ୍ରିଲ 1 ତାରିଖରେ ସେ ଜେଲରୁ ମୁକୁଳିଛନ୍ତି ।

ସିଦ୍ଧୁ ଜେଲରୁ ବାହାରିବା ପରେ ସେ ମୁସେୱାଲାଙ୍କ ପରିବାରକୁ ଭେଟିଥିଲେ । ଗତ ବର୍ଷ ମେ ମାସରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସିଦ୍ଧୁ ମୁସେୱାଲାଙ୍କ ପରିବାର ସହ ସାକ୍ଷାତ ସମୟରେ ନବଜୋତ ସିଂ ସିଦ୍ଧୁ ପଞ୍ଜାବର 'AAP' ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.