ETV Bharat / bharat

ସିଦ୍ଧୁଙ୍କ ଆମରଣ ଅନଶନ, ମନ୍ତ୍ରୀଙ୍କ ପୁଅ ଗିରଫ ନ ହେବା ଯାଏଁ କରିବେ ମୌନବ୍ରତ

author img

By

Published : Oct 8, 2021, 9:54 PM IST

ଲଖିମପୁରରେ ଧାରଣାରେ ବସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ହିଂସାକାଣ୍ଡରେ ମନ୍ତ୍ରୀଙ୍କ ପୁଅ ଗିରଫ ନହେବା ଯାଏଁ ଆମରଣ ଅନଶନ ସହ ମୌନବ୍ରତ କରିବେ ସିଦ୍ଧୁ । ଅଧିକ ପଢନ୍ତୁ...

ସିଦ୍ଧୁଙ୍କ ଆମରଣ ଅନଶନ, ମନ୍ତ୍ରୀଙ୍କ ପୁଅ ଗିରଫ ନ ହେବା ଯାଏଁ କରିବେ ମୌନବ୍ରତ
ସିଦ୍ଧୁଙ୍କ ଆମରଣ ଅନଶନ, ମନ୍ତ୍ରୀଙ୍କ ପୁଅ ଗିରଫ ନ ହେବା ଯାଏଁ କରିବେ ମୌନବ୍ରତ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକୁ ନେଇ ଥମୁନି ଡ୍ରାମା । ଏହାରି ମଧ୍ୟରେ ଲଖିମପୁରରେ ଧାରଣାରେ ବସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ହିଂସାକାଣ୍ଡରେ ମନ୍ତ୍ରୀଙ୍କ ପୁଅ ଗିରଫ ନହେବା ଯାଏଁ ଆମରଣ ଅନଶନ ସହ ମୌନବ୍ରତ କରିବେ ସିଦ୍ଧୁ । ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ସିଦ୍ଧୁ ଅଭିଯୋଗ କରିଛନ୍ତି ।

ଗୁରୁବାର ପଞ୍ଜାବରୁ ଲଖିମପୁର ଖେରୀ ପହଁଞ୍ଚିଥିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସମେତ ଅନେକ ନେତା । ଏହି ଅବସରରେ ସାହରଣପୁରରୁ ସିଦ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । କିଛି ଘଣ୍ଟା ପରେ ତାଙ୍କୁ ଲଖିମପୁର ଖେରୀ ଯିବାକୁ ମିଳିଥିଲା ଅନୁମତି । ତେବେ ଏଠାରେ ସିଦ୍ଧୁ ମୃତ ଚାଷୀ ଓ ସାମ୍ବାଦିକ ରମଣ କଶ୍ୟପଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ।

ମୃତ ସାମ୍ବାଦିକ ରମଣ କଶ୍ୟପଙ୍କ ପରିବାର ସଦସ୍ୟଙ୍କୁ ଭେଟି ସିଦ୍ଧୁ କହିଥିଲେ, ଯେତେ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହୋଇଛି କିମ୍ବା ସେ ତଦନ୍ତରେ ଅନ୍ତର୍ଭୁକ୍ତ ନହେଉଛନ୍ତି, ସେଯାଏ ଏଠାରେ ଆମରଣ ଅନଶନ କରିବି । କେବଳ ସେତିକି ନୁହେଁ, ମୌନବତ୍ର କରିଥିବାବେଳେ କାହାରି ସହ କଥାବାର୍ତ୍ତା କରିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ ।

ସେପଟେ ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ସୁପ୍ରିମକୋର୍ଟ । ଅଭିଯୁକ୍ତକୁ ହାଜର ହେବା ପାଇଁ ଅନୁରୋଧ କରିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାର ଉତ୍ତରରେ ଆଇନଜୀବୀ ସାଲଭେ କହିଛନ୍ତି, ବର୍ତ୍ତମାନ ଯାଏଁ ପ୍ରମାଣ ମିଳିନାହିଁ । ତଥ୍ୟର ଯାଞ୍ଚ ଚାଲିଛି । ଯଦି ପ୍ରମାଣ ସ୍ପଷ୍ଟ ହୁଏ, ତେବେ ସିଧାସଳଖ ହତ୍ୟା ମାମଲା ରୁଜୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.