ETV Bharat / bharat

ସିମଲାରୁ ଛୁଟି କାଟି ଫେରୁଥିଲେ ସୋନିଆ, ପଞ୍ଜାବରେ ଆସିଗଲା ଝଡ

author img

By

Published : Sep 28, 2021, 6:10 PM IST

ସିମଲାରୁ ଦିଲ୍ଲୀ ଫେରୁଥିଲେ ସୋନିଆ ଗାନ୍ଧୀ । ରୋଚକ କଥା ହେଉଛି, ସୋନିଆ ଓ ରାହୁଲ ଉଭୟ ଚଣ୍ଡିଗଡରୁ ହିଁ ଉଡାଣ ଭରିଥିଲେ । ତାଙ୍କର ବିମାନ ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସରେ ଆସିଥିଲା ଝଡ ତୋଫାନ । ଅଧିକ ପଢନ୍ତୁ...

ସିମଲାରୁ ଛୁଟି କାଟି ଫେରୁଥିଲେ ସୋନିଆ, ପଞ୍ଜାବରେ ଆସିଗଲା ଝଡ
ସିମଲାରୁ ଛୁଟି କାଟି ଫେରୁଥିଲେ ସୋନିଆ, ପଞ୍ଜାବରେ ଆସିଗଲା ଝଡ

ନୂଆଦିଲ୍ଲୀ: ହାସ୍ୟ ଦୁନିଆରେ ତାଳି ମାରି ମନୋରଞ୍ଜନ କରୁଥିବା ନବଜୋତ ସିଂ ସିଦ୍ଧୁ ନିଜ ନିଷ୍ପତ୍ତିରେ ପଞ୍ଜାବ କଂଗ୍ରେସକୁ ଝଟକା ଦେଇ ହାଇକମାଣ୍ଡଙ୍କୁ କରିଛନ୍ତି ଉଦାସ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫାର ଘୋଷଣା କରିସାରିଛନ୍ତି ନବଜୋତ । ସବୁଠୁ ବଡ କଥା ହେଉଛି ହିମାଚଳପ୍ରଦେଶରୁ ଗାନ୍ଧୀ ପରିବାର ଛୁଟି କାଟି ଫେରୁଥିବା ବାଟରେ ହିଁ କଂଗ୍ରେସର ନେତୃତ୍ବକୁ ଝଟକା ଦେଇ ସାମ୍ନାକୁ ଆସିଛି ସିଦ୍ଧୁଙ୍କ ଏହି ଇସ୍ତଫା ପତ୍ର ।

ମଙ୍ଗଳବାର ଦିନ ୩ଟାରେ ସାମ୍ନାକୁ ଆସିଥିଲା ସିଦ୍ଧୁଙ୍କ ଇସ୍ତଫା ପତ୍ର । ଏହି ଚିଠିରେ ସିଦ୍ଧୁ ଲେଖିଥିଲେ, ବୁଝାମଣା କରିବା ଦ୍ବାରା ମଣିଷର ଚରିତ୍ର ନଷ୍ଟ ହୋଇଯାଏ । ଏଥିପାଇଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି ସିଦ୍ଧୁ ।

ଆଗକୁ ସିଦ୍ଧୁ କଣ ପଦକ୍ଷେପ ନେବେ, ତାହେ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ । ହେଲେ ବର୍ତ୍ତମାନ ପାଇଁ ସେ ହାଇକମାଣ୍ଡଙ୍କ ବଢାଇଦେଇଛନ୍ତି ଚିନ୍ତା । ମଙ୍ଗଳବାର ସିମଲାରୁ ଦିଲ୍ଲୀ ଫେରୁଥିଲେ ସୋନିଆ ଗାନ୍ଧୀ । ରୋଚକ କଥା ହେଉଛି, ସୋନିଆ ଓ ରାହୁଲ ଉଭୟ ଚଣ୍ଡିଗଡରୁ ହିଁ ଉଡାଣ ଭରିଥିଲେ । ତାଙ୍କର ବିମାନ ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସରେ ଆସିଥିଲା ଝଡ ତୋଫାନ ।

ନିକଟରେ ପଞ୍ଜାବ କଂଗ୍ରେସରେ ଉପୁଜିଥିବା ସମସ୍ୟାର ସମାଧାନ କରି ଛୁଟି କାଟିବାକୁ ସିମଲା ଯାଇଥିଲେ ଗାନ୍ଧୀ ପରିବାର । ଏକ ସପ୍ତାହ ପରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରୁଥିବା ସମୟରେ ହିଁ ସିଦ୍ଧୁ ଦେଇଛନ୍ତି ଇସ୍ତଫା । ଚଳିତ ବର୍ଷ ଜୁଲାଇରେ ହିଁ ସିଦ୍ଧଙ୍କୁ ପଞ୍ଜାବ କଂଗ୍ରେସର ପିସିସି ଭାର ହସ୍ତାନ୍ତର କରିଥିଲେ ହାଇକମାଣ୍ଡ ।

କଂଗ୍ରେସରେ କଳହରେ ପଡୁନି ପୂର୍ଣ୍ଣଛେଦ । ସୀମା ଟପୁଛି ନେତାଙ୍କ ଅସନ୍ତୋଷ । ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହ ଦିନକୁ ଦିନ ଉଗ୍ର ରୂପ ନେଉଛି । ତେବେ ଆଗକୁ ଏହି ସମସ୍ୟାର ସମାଧାନ ପାଇଁ ହାଇକମାଣ୍ଡ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.