ETV Bharat / bharat

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ - ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ । ଅଧିକ ପଢନ୍ତୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

author img

By

Published : Mar 16, 2022, 10:51 AM IST

ଚଣ୍ଡିଗଡ: ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ । ଏଆଇସିସି(AICC) ସଭାପତିଙ୍କ ପାଖକୁ ସିଦ୍ଧୁ ନିଜର ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ୫ ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମଙ୍ଗଳବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟର ପିସିସି ମୁଖ୍ୟକୁ ଇସ୍ତଫା ଦେବା ପାଇଁ କହିଥିଲେ ।

ଗତ ରବିବାର ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶୋଚନୀୟ ପରାଜୟ ନେଇ ଦୀର୍ଘ ଘଣ୍ଟା ଧରି ମାନସମନ୍ଥନ ହୋଇଥିଲା । ପରେ ମଙ୍ଗଳବାର ଉକ୍ତ ୫ ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର କଂଗ୍ରେସ ସଭାପତିଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦଳମୁଖ୍ୟ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ । ନୈରାଶ୍ୟଜନକ ପରାଜୟ ପରେ ସମ୍ପୃକ୍ତ ରାଜ୍ୟଗୁଡିକରେ ପିସିସି ପୁର୍ନଗଠନ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.