ETV Bharat / bharat

Naval Anti Ship Missile Test Fired: ଓଡିଶା ଉପକୂଳରୁ ଆଣ୍ଟି-ସିପ୍ ମାସାଇଲର ସଫଳ ପରୀକ୍ଷଣ

author img

By

Published : May 18, 2022, 3:39 PM IST

ଓଡିଶା ଉପକୂଳରୁ ନାଭାଲ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ବାଲେଶ୍ବର ଉପକୂଳରେ ନୌସେନା ହେଲିକପ୍ଟରରୁ ହେଲା ପରୀକ୍ଷଣ । ଅଧିକ ପଢନ୍ତୁ

ଓଡିଶା ଉପକୂଳରୁ anti-ship missile ସଫଳ ପରୀକ୍ଷଣ କଲା ନୌସେନା

ଭୁବନେଶ୍ବର: ଓଡିଶା ଉପକୂଳରୁ ନାଭାଲ ଆଣ୍ଟି-ସିପ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ଆଜି ନୌସେନା ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ମିଳିତ ସମନ୍ବୟରେ ଏକ ନୌସେନା ହେଲିକପ୍ଟରରୁ ଏହି ସ୍ବଦେଶୀ ମିସାଇଲର ପରୀକ୍ଷଣ ସଫଳ ହୋଇଛି ।

  • #WATCH | Indian Navy in association with DRDO successfully undertook the maiden firing of the first indigenously developed Naval Anti-Ship Missile from Seaking 42B helicopter on 18 May at ITR Balasore, Odisha pic.twitter.com/mFhJJl5NQO

    — ANI (@ANI) May 18, 2022 " class="align-text-top noRightClick twitterSection" data=" ">

ଉତ୍ତର ଓଡିଶା ଉପକୂଳ ବାଲେଶ୍ବର ଜିଲ୍ଲାରେ ଥିବା ସମନ୍ବିତ ପରୀକ୍ଷଣ ରେଞ୍ଜ (ITR)ରୁ ଏହି ପରୀକ୍ଷଣ କରାଯାଇଥିଲା
। ସମୁଦ୍ର ମଧ୍ୟରେ ପରୀକ୍ଷଣ ସଫଳ ହୋଇଛି । ନୌସେନା ହେଲିକପ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସଫଳ ହେବା ସହ କ୍ଷେପଣାସ୍ତ୍ରଟି ସଠିକ ସମୟରେ ନିର୍ଦ୍ଧାରିତ ଟାର୍ଗେଟକୁ ଭେଦ କରିଛି । ଆଜିର ପରୀକ୍ଷଣ ସପଳ ହେବା ପରେ ପରୀକ୍ଷଣ ସମୟର ଏକ ଭିଡିଓ ମଧ୍ୟ ଜାରି କରିଛି ନୌସେନା । ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ବିକଶିତ କରିଛି DRDO ।

ଏହି ମିସାଇଲ୍ ଯୁଦ୍ଧଜାହାଜ ଏବଂ ବୁଡାଜାହାଜକୁ ଗଭୀର ସମୁଦ୍ର ମଧ୍ୟରେ ଖୋଜି ଖୋଜି ଧ୍ୱଂସ କରିବାର କ୍ଷମତା ରଖୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.