ETV Bharat / bharat

ରାଷ୍ଟ୍ରୟତ୍ତ ବ୍ୟାଙ୍କ ଧର୍ମଘଟର ପ୍ରଥମ ଦିନ - ରାଷ୍ଟ୍ରୟତ୍ତ ବ୍ୟାଙ୍କର ପ୍ରଥମ ଦିନ ଧର୍ମଘଟ

ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଧର୍ମଘଟର ପ୍ରଥମ ଦିନ । ଧର୍ମଘଟ ଯୋଗୁଁ କାରବାର, କ୍ଲିୟରିଂ, ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ଘରୋଇକରଣ ବିରୋଧ କରି ରାଷ୍ଟ୍ରୟତ୍ତ ବ୍ୟାଙ୍କର ପ୍ରଥମ ଦିନ ଧର୍ମଘଟ

author img

By

Published : Mar 15, 2021, 10:51 AM IST

ନୂଆଦିଲ୍ଲୀ: ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଧର୍ମଘଟର ପ୍ରଥମ ଦିନ । ଧର୍ମଘଟ ଯୋଗୁଁ କାରବାର, କ୍ଲିୟରିଂ, ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରାୟ 10 ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । 9ଟି କର୍ମଚାରୀ ଓ ସଂଘ ଏହାକୁ ସମର୍ଥନ ଜଣାଇଛନ୍ତି । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ଏହି ଧର୍ମଘଟ ଡାକରା ଦେଇଛି । ୟୁଏଫବିୟୁରେ ସାମିଲ ଥିବା ସଙ୍ଘଗୁଡିକ ଏଥିରେ ସାମିଲ ରହିଛନ୍ତି ।

ଧର୍ମଘଟ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସୂଚନା ଦିଆଯାଇଥିଲା । ବ୍ୟାଙ୍କ ଶାଖାଗୁଡିକ ଓ କାର୍ଯ୍ୟାଳୟଗୁଡିକୁ ସୂଚାର ରୂପେ ସଚାଞ୍ଚଳ କରିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ । ସେପଟେ, ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅନଲାଇନ ଓ ଡିଜିଟାଲ ପେମେଣ୍ଟରେ କୌଣସି ଅସୁବିଧା ହେବ ନାହିଁ । ଏଟିଏମରୁ ଟଙ୍କା ଉଠାଣରେ ମଧ୍ୟ କମ ସମସ୍ୟା ହୋଇନପାରେ ।

ସୂଚନାଯୋଗ୍ୟ, ଗତ ମାସରେ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆସନ୍ତା ଆର୍ଥିକ ବର୍ଷରେ ଦୁଇଟି ସରକାରୀ କ୍ଷେତ୍ରର ଘରୋଇକରଣ ଘୋଷଣା କରିଥିଲେ ।

ମୁଖ୍ୟ ଶ୍ରମ କମିଶନରଙ୍କ ସହ ଚଳିତ ମାସ 4, 9 ଏବଂ 10ରେ ତୃତୀୟ ପର୍ଯ୍ୟାୟ ଧରି ଆଲୋଚନା କରାଯାଇଥିଲା । ତେବେ ଏଥିରୁ କୌଣସି ସୁଫଳ ନ ମିଳିବାରୁ ଆଜି ଧର୍ମଘଟ କରାଯାଇଛି । UFBUର ସଦସ୍ୟମାନଙ୍କ ମଧ୍ୟ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (AIBOC), ନ୍ୟାସନାଲ କନଫେଡେରେସନ୍ ଅଫ୍ ବ୍ୟାଙ୍କ କର୍ମଚାରୀ (NCBE), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ (AIBOA) ଏବଂ ବ୍ୟାଙ୍କ କର୍ମଚାରୀ କନଫେଡେରେସନ୍ ଅଫ୍ ଇଣ୍ଡିଆ (BECI) ସାମିଲ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.