ETV Bharat / bharat

ଆଜି ଜାତୀୟ ଯୁବ ଦିବସ, ଯୁବ ସମାଜର ଆଦର୍ଶ ସ୍ବାମୀ ବିବେକାନନ୍ଦ

author img

By ETV Bharat Odisha Team

Published : Jan 12, 2024, 11:47 AM IST

National Youth Day: National Youth Day:ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀଙ୍କୁ ପ୍ରତିବର୍ଷ ଜାନୁଆରୀ ୧୨ରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ସର୍ବଦା ଯୁବବର୍ଗଙ୍କ ମନୋବଳକୁ ଦୃଢ କରିବା ପାଇଁ ପରାମର୍ଶ ଦେଉଥିଲେ ବିବେକାନନ୍ଦ। ଅଧିକ ପଢନ୍ତୁ

National Youth Day
ଆଜି ଜାତୀୟ ଯୁବ ଦିବସ

ହାଇଦ୍ରାବାଦ: କୁହାଯାଏ ଭାରତ ଏକ ଯୁବ ଦେଶ । ଆଜି ହେଉଛି ଜାତୀୟ ଯୁବ ଦିବସ । ପ୍ରତିବର୍ଷ ଜାନୁଆରୀ 12 ତାରିଖରେ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଆଜିର ଦିନକୁ ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ । ଦେଶର ଯୁବବର୍ଗଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ନିରନ୍ତର ପ୍ରୟାସ କରୁଥିଲେ ବିବେକାନନ୍ଦ ।

1863 ମସିହା ଜାନୁଆରୀ 12 ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ବେବେକାନନ୍ଦ। ସବୁବେଳେ ସେ ଯୁବପିଢିଙ୍କ ପାଇଁ ପ୍ରେରଣା। ତାଙ୍କ ଆଦର୍ଶ ଚିରକାଳ ପାଇଁ ସମାଜରେ ଉଜ୍ଜୀବିତ ହୋଇ ରହିଛି । ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋରେ ସର୍ବପ୍ରଥମେ ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ । ସ୍ବାମୀ ବିବେକାନ୍ନଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ତାଙ୍କ ପିତା ବିଶ୍ବନାଥ ଦତ୍ତ ଏବଂ ସେ ପେସାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଭୁବନେଶ୍ବରୀ ଦେବୀ । ହେଲେ ପିତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଚଳାଇବା ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଥିଲା । ବିବେକାନନ୍ଦ ଉନବିଂଶ ଶତାବ୍ଦୀର ରହସ୍ୟମୟ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ। ପରିସ୍ଥିତି ଯୋଗୁଁ ଭଗବାନ ଅପେକ୍ଷା ସେ କର୍ମ ଓ ମାନବିକତାକୁ ମାନିବାକୁ ଲାଗିଥିଲେ । 1902 ଜୁଲାଇ 4 ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: National Youth Day: ଦେଶ ଭବିଷ୍ୟତ ଗଠନର ସୁତ୍ରଧର ସାଜନ୍ତି ଯୁବସମାଜ

ଇତିହାସ: 1984 ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ 1985 ମସିହା ଠାରୁ ପ୍ରକିବର୍ଷ ଜାନୁଆରୀ 12 ତାରିଖକୁ ଜାତୀୟ ଯୁବ ଦିବସ ହିସାବରେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ସ୍ମରଣ କରିବା ସହିତ ପ୍ରତ୍ୟେକ ଯୁବକଙ୍କୁ ଅନୁପ୍ରାଣିତ କରିବା ଏହି ଦିବସର ଲକ୍ଷ୍ୟ ଅଟେ । ସ୍ୱାମୀ ବିବେକାନନ୍ଦଙ୍କ ଶବ୍ଦ ଯୁବକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । କେବଳ ଭାରତରେ ନୁହେଁ ବିଶ୍ବର ଅନେକ ସ୍ଥାନରେ ମଧ୍ୟ ହିନ୍ଦୁ ଧର୍ମର ପୁର୍ନରଗଠନରେ ସ୍ୱାମୀ ବିବେକାନନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଜାତୀୟ ଯୁବ ଦିବସର ଥିମ: ପ୍ରତି ବର୍ଷ ଏକ ଥିମ ନେଇ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି 'It's all in the Mind'। ଯୁବକମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶିକ୍ଷା ଏବଂ ଚରିତ୍ରର ବିକାଶକୁ ପ୍ରୋତ୍ସାହିତ କରିବା ବିବେକାନନ୍ଦଙ୍କ ଶିକ୍ଷାର ମୂଳ ଉଦ୍ଦେଶ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.