ETV Bharat / bharat

National Women's Day: ମନେ ପଡନ୍ତି ଭାରତର ବୁଲ୍‌ବୁଲ୍‌ - କାହିଁକି ପାଳନ ହୁଏ ଜାତୀୟ ମହିଳା ଦିବସ

ଆଜି(ଫେବ୍ରୁଆରୀ 13) ଜାତୀୟ ମହିଳା ଦିବସ । ଦେଶର ଜଣେ ମହାନ ନାରୀ ନେତ୍ରୀ, ସ୍ବାଧୀନତା ସଂଗ୍ରାମୀ ଏବଂ ସୁଲେଖିକାଙ୍କ ଜନ୍ମଜୟନ୍ତୀ ଅବସରରେ ପାଳନ ହୁଏ ଏହି ଦିବସ । ଅଧିକ ପଢନ୍ତୁ

Sarojini Naidu
Sarojini Naidu
author img

By

Published : Feb 13, 2023, 2:13 PM IST

Updated : Feb 15, 2023, 9:16 AM IST

ହାଇଦ୍ରାବାଦ: ସେ ଥିଲେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ଦକ୍ଷ ନାରୀ ନେତ୍ରୀ ଓ ଶବ୍ଦର ଯାଦୁରେ କିମିଆ କରୁଥିବା ଲେଖିକା । 'ଭାରତର ବୁଲ୍‌ବୁଲ୍‌' ହିଁ ତାଙ୍କ ପରିଚୟ । ସେ ଆଉ କେହି ନୁହନ୍ତି ନାଇଟଏଙ୍ଗଲ୍ ଅଫ୍ ଇଣ୍ଡିଆ ସରୋଜିନୀ ନାଇଡୁ । ଆଜି ଏହି ପ୍ରେରଣାଦାୟୀ ମହିଳାଙ୍କ ଜନ୍ମ ବାର୍ଷିକୀ । ମହିଳା ସଶକ୍ତିକରଣ ଏବଂ ସମାନତା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଥିଲେ, ସେଥିପାଇଁ ତାଙ୍କ ଜନ୍ମଦିବସକୁ ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି ।

ସରୋଜିନୀ ନାଇଡୁ ଜଣେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ, କବି ଏବଂ ରାଜନେତା ଥିଲେ । ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ସାହିତ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ମହିଳା ଅଧିକାର ଆନ୍ଦୋଳନ ତଥା ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ସରୋଜିନୀ ନାଇଡୁଙ୍କ ଜନ୍ମଦିବସ ଅବସର ଫେବ୍ରୁଆରୀ 13କୁ ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି ।

କେବଳ ରାଜନୀତି କିମ୍ବା ସାମାଜିକ କ୍ଷେତ୍ର ନୁହେଁ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅବଦାନ ରହିଛି । ସେ ଖୁବ୍ କମ୍ ବୟସରୁ କବିତା ରଚନା ଆରମ୍ଭ କରିଥିଲେ । ତାଙ୍କ ଲିଖନୀରୁ ଝରି ପଡିଥିବା ଟ୍ରାଜେଡି, ରୋମାଣ୍ଟିକ୍ ଏବଂ ଦେଶପ୍ରେମ ଭଳି କବିତା ଖୁବ୍ ଜନାଦୃତ ହୋଇଛି । ହାଇଦ୍ରାବାଦର ନିଜାମଙ୍କ ଠାରୁ ଛାତ୍ରବୃତ୍ତି ପାଇବା ପରେ ସେ ଇଂଲଣ୍ଡରେ ଅଧ୍ୟୟନ କରିବାକୁ ଯାଇ ମହିଳା ସମାନତା ଅଧିକାର ଏବଂ ସ୍ୱାଧୀନତା ଆନ୍ଦୋଳନର ଧାରଣା ଶିଖିଲେ ।

ଭାରତକୁ ଫେରିବା ପରେ ସେ ଜାତୀୟ କଂଗ୍ରେସର ସଦସ୍ୟ ହୋଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରେ, 1925 ମସିହାରେ, ସରୋଜିନୀ ନାଇଡୁ ପ୍ରଥମ ମହିଳା ଭାବରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ବାଧୀନତା ପରେ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ ଏବଂ ଏହି ଉପଲବ୍ଧି ସହ ସେ ଭାରତର ପ୍ରଥମ ମହିଳା ରାଜ୍ୟପାଳ ଉପାଧି ଅଳଙ୍କୃତ କରିଥିଲେ ।

ତାଙ୍କ କବିତା ସଂକଳନ "ଗୋଲ୍ଡେନ୍ ଥ୍ରେସହୋଲ୍ଡ" ଏବଂ "ବାର୍ଡ ଅଫ୍ ଟାଇମ୍" ଭାରତୀୟ ଇଂରାଜୀ ସାହିତ୍ୟର କୃତିତ୍ବ ଭାବରେ ପରିଗଣିତ ହୁଏ ଏବଂ ସାହିତ୍ୟିକ ସଫଳତା ପାଇଁ ସେ ବିଶ୍ବ ଦରବାରରେ ପରିଚିତ ହୁଅନ୍ତି । ତାଙ୍କର କବିତାଗୁଡ଼ିକରେ ଆମ ଦେଶ, ଦେଶବାସୀ ଏବଂ ସଂସ୍କୃତି ପ୍ରତି ଏକ ପ୍ରେମ ଭାବନା ପ୍ରତିଫଳିତ ହୁଏ ଏବଂ ଆଗାମୀ ପିଢିର ପାଠକଙ୍କୁ ପ୍ରେରଣା ଯୋଗାଏ ।

ମହିଳା ଅଧିକାର ତଥା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠିତ ମହିଳା ଭାରତୀୟ ସଙ୍ଗଠନର ଅନ୍ୟତମ ନେତ୍ରୀ ଥିଲେ ସରୋଜିନୀ ନାଇଡୁ । ସେ ମହିଳା ଅଧିକାର ପାଇଁ ଓକିଲାତି ମଧ୍ୟ କରୁଥିଲେ । ଭୋଟ୍ ଦେବାର ଅଧିକାର, ସମାନତାର ଅଧିକାର, ପ୍ରତିନିଧିତ୍ୱ କରିବାର ଅଧିକାର, ବିଧବାମାନଙ୍କର ଅଧିକାର ଏବଂ ସମାନ ରାଜନୈତିକ ପଦବୀ ଅଧିକାର ପାଇଁ ଏକ ବଳିଷ୍ଠ ସଂଗ୍ରାମ କରିଥିଲେ ।

ମହିଳାମାନଙ୍କର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ସମ୍ମାନିତ କରିବା ତଥା ଆଧୁନିକ ଯୁଗରେ ମଧ୍ୟ ସମାଜରେ ବିଦ୍ୟମାନ ଥିବା ଲିଙ୍ଗଗତ କୁସଂସ୍କାର ବିରୁଦ୍ଧରେ ସଚେତନତା ପାଇଁ ଜାତୀୟ ମହିଳା ଦିବସ ପାଳନ କରାଯାଏ । ଅତୀତର ଭାରତର ଜଣେ ମହାନ ମହିଳାଙ୍କ ଜୀବନ ଏବଂ ସଫଳତାକୁ ମନେ ପକାଇବା ଉଦ୍ଦେଶ୍ୟରେ, ବର୍ତ୍ତମାନର ମହିଳାମାନଙ୍କ ଅବଦାନକୁ ପାଳନ କରିବା ଏବଂ ଆମ ଦେଶର ଏକ ଉତ୍ତମ ଭବିଷ୍ୟତ ପାଇଁ ଯୁବତୀମାନଙ୍କୁ ସଶକ୍ତିକରଣ ଏବଂ ପ୍ରେରଣା ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

Last Updated : Feb 15, 2023, 9:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.