ନୂଆଦିଲ୍ଲୀ: ଆଜି ତୃତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଦ୍ବାରା ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି (ବୁଧବାର) ପ୍ରାୟ 3 ଘଣ୍ଟା ଜେରା ପରେ ସୋନିଆ ଗାନ୍ଧୀ ଅପରାହ୍ନରେ ବାସଭବନକୁ ଫେରିଛନ୍ତି । ତେବେ ଯଦି ଆବଶ୍ୟକ ପଡେ ଆସନ୍ତାକାଲି କିମ୍ବା ପରେ ପୁଣି ଥରେ ହାଜର ହେବା ପାଇଁ ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଡାକାଯାଇ ପାରେ ବୋଲି ମଧ୍ୟ ସୂଚନା ରହିଛି ।
-
#WATCH | Congress interim president Sonia Gandhi leaves from the ED office in Delhi after the third day of questioning in National Herald case pic.twitter.com/B5zxFIIoJj
— ANI (@ANI) July 27, 2022 " class="align-text-top noRightClick twitterSection" data="
">#WATCH | Congress interim president Sonia Gandhi leaves from the ED office in Delhi after the third day of questioning in National Herald case pic.twitter.com/B5zxFIIoJj
— ANI (@ANI) July 27, 2022#WATCH | Congress interim president Sonia Gandhi leaves from the ED office in Delhi after the third day of questioning in National Herald case pic.twitter.com/B5zxFIIoJj
— ANI (@ANI) July 27, 2022
ଆଜି ତୃତୀୟ ଦିନରେ ଜେରା ପାଇଁ ସୋନିଆଙ୍କୁ ଡାକିଥିଲା ତଦନ୍ତକାରୀ ସଂସ୍ଥା । ପୂର୍ବାହ୍ନ ପ୍ରାୟ 11 ରେ ସୋନିଆ କଡା ସୁରକ୍ଷା ମଧ୍ୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ଗତକାଲି (ମଙ୍ଗଳବାର) ସୋନିଆଙ୍କୁ ଦୁଇ ପର୍ଯ୍ୟାୟରେ ପ୍ରାୟ 6 ଘଣ୍ଟା ଜେରା କରାଯାଇଥିଲା । ଆସନ୍ତାକାଲି ପାଇଁ ତାଙ୍କୁ କୌଣସି ନୂତନ ସମନ ଜାରି କରାଯାଇ ନଥିଲେ ସୁଦ୍ଧା, ଆବଶ୍ୟକ ହେଲେ ତାଙ୍କୁ ପୁଣି ଥରେ ମଧ୍ୟ ହାଜର ହେବା ନେଇ ଡାକିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୁଅ ରାହୁଲଙ୍କୁ ସମାନ ପ୍ରସଙ୍ଗରେ ପାଞ୍ଚ ଦିନ ଧରି ଜେରା କରିଥିଲା ସଂସ୍ଥା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ