ETV Bharat / bharat

National Girl Child Day: କମ୍‌ ନୁହନ୍ତି ଝିଅ, ହାଣ୍ଡିଶାଳରୁ ରକେଟ୍‌ ସାଇନ୍ସ ସବୁଠି କରୁଛନ୍ତି ଗର୍ବିତ

author img

By

Published : Jan 24, 2022, 8:23 AM IST

ଆଜି ଜାତୀୟ କନ୍ୟା ସନ୍ତାନ ଦିବସ । ପ୍ରତିଟି କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରତିବର୍ଷ ଜାନୁଆରୀ ୨୪ରେ ଏହି ଦିବସ ପାଳନ ହୋଇଆସୁଛି । ୨୦୦୮ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

National Girl Child Day : କେଉଁଥିରେ କମ ନହଁନ୍ତି କନ୍ୟା ସନ୍ତାନ

ହାଇଦ୍ରାବାଦ: କେବେ ସେ କନ୍ୟା, କେବେ ସେ ସ୍ତ୍ରୀ ଆଉ କେବେ ସେ ମା’ । ସମୟରେ ଗତିରେ ପରିବର୍ତ୍ତନ ହୁଏ ପ୍ରିତିଟି କନ୍ୟା ସନ୍ତାନର ପରିଚୟ । ଘରେ ପୁଅଟିଏ ହେଲେ କୁହାଯାଏ କୁଳ ରକ୍ଷା କରିବ, ହେଲେ ଝିଅଟି ହେଲେ କୁହାଯାଏ ଘରକୁ ଲକ୍ଷ୍ମୀ ଆସିଛି ପା । ଆଉ ସେହି ଲକ୍ଷ୍ମୀ ପ୍ରତିଟି ମୁହୁର୍ତ୍ତରେ ବାପା ଭାଇ ଓ ସ୍ବାମୀ ପାଇଁ ଛାଇ ହୋଇ ରହିଥାଏ । ମାଟିରୁ ଆକାଶ, ଘର କୋଣରୁ ବିଶ୍ବ ଦରବାର ଆଜି ସବୁଠି ସେ ପ୍ରଶଂସାର ପାତ୍ର ।

ଦିନଥିଲା ପୁଅ ଓ ଝିଅର ଜୀବନ ଶୈଳୀକୁ ନେଇ ପ୍ରଭେଦ କରାଯାଉଥିଲା । କୁହାଯାଉଥିଲା ପୁଅ ଯାହା କରିପାରିବେ ତାହା କରିବାକୁ ଝିଅ ସକ୍ଷମ ନୁହଁନ୍ତି । କିନ୍ତୁ ଆଜି ଏହି ସ୍ବର ପରିବର୍ତ୍ତନ ହୋଇଛି । ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ସେ ଶିକ୍ଷା ହେଉ ବା କ୍ରୀଡା ଦେଶକୁ ବିଶ୍ବ ସ୍ତରରେ ଗୌରବାନ୍ବିତ୍ବ କରିବାକୁ ମଧ୍ୟ ସକ୍ଷମ ହୋଇଛି ଝିଅଟିଏ ।

କନ୍ୟା ସନ୍ତାନର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ କେଉଁଠି ନା କେଉଁଠି କନ୍ୟା ସନ୍ତାନଟିକୁ ଅଣ ଦେଖାକରାଯାଉଛି । କେଉଁଠି ଜନ୍ମ ହେବା ପୂର୍ବରୁ କନ୍ୟା ସନ୍ତାନଟିକୁ ପେଟରୁ ହତ୍ୟା କରାଯାଉଛି ତ ପୁଣି କେଉଁଠି ପ୍ରତାରଣା ଶିକାର ହେଉଛି । ଆଉ କେଉଁଠି କନ୍ୟାଟିକୁ ପରିବାରର ବୋଝ କୁହାଯାଉଛି । ଏମିତିକି ଲିଙ୍ଗଗତ ଭେଦଭାବ ମଧ୍ୟ କରାଯାଉଛି । ଫଳରେ ସେ ତାର ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛି ।

ତେଣୁ ପ୍ରତିଟି କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରତିବର୍ଷ ଜାନୁଆରୀ ୨୪ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ । ୨୦୦୮ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବାଳିକାମାନଙ୍କୁ ସହାୟତା ଏବଂ ସୁଯୋଗ ଯୋଗାଇବା । ଏହାସହ ବାଳିକା ଶିଶୁର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ବାଳିକା ଶିକ୍ଷାର ଗୁରୁତ୍ତ୍ବ ସେମାନଙ୍କର ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ସଚେତନତା ସୃଷ୍ଟି କରାଯିବା ଏହାର ଲକ୍ଷ୍ୟ ।

ତେବେ କନ୍ୟା ସନ୍ତାନର ସୁରକ୍ଷା ପାଇଁ ଦେଶରେ ସରକାରଙ୍କ ତରଫରୁ ସେଭ୍ ଗର୍ଲ ଚାଇଲ୍ଡ, ବେଟି ବଚାଓ ବେଟି ପଢାଓ, ବାଳିକାମାନଙ୍କ ପାଇଁ ମାଗଣା କିମ୍ବା ସବସିଡିଯୁକ୍ତ ଶିକ୍ଷା, କଲେଜ ଏବଂ ବିଶ୍ବବିଦ୍ୟାଳୟରେ ମହିଳାଙ୍କ ପାଇଁ ସଂରକ୍ଷଣ ଭଳି ଅନେକ ଅଭିଯାନ ଏବଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । ଯଦ୍ବାରେ ସମାଜରେ କନ୍ୟା ସନ୍ତାନକୁ ନେଇ ଲୋକଙ୍କ ମନରେ ଥିବା ଭାବନା ପରିବର୍ତ୍ତନ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.