ETV Bharat / bharat

PM Visit Goa: ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗସ୍ତ

author img

By ETV Bharat Odisha Team

Published : Oct 25, 2023, 10:59 PM IST

Updated : Oct 26, 2023, 7:10 AM IST

ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ବର କେନାଲକୁ ଦେଶ ଉଦ୍ଦେଶ୍ୟରେ ଉଦଘାଟନ କରିବେ । ଫଳରେ ଅହମ୍ମଦନଗର ଜିଲ୍ଲାର ଛଅ ଓ ନାସିକର ଗୋଟିଏ, ଏହିପରି ମୋଟ ସାତଟି ତହସିଲର ୧୮୨ ଟି ଗ୍ରାମର ଜନସାଧାରଣ ପାଇପ ଯୋଗେ ପାଣି ପାଇବେ । ନୀଲୱାଣ୍ଡେ ଡ୍ୟାମର ନିର୍ମାଣ କାର୍ଯ୍ୟ ୧୯୭୦ରେ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

PM Visit Goa: ଗୁରୁବାର ମହାରାଷ୍ଟ୍ର ଓ ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ମହାରାଷ୍ଟ୍ର ଓ ଗୋଆ ଗସ୍ତରେ ଆସିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ସହିତ ଶିଳାନ୍ୟାସ କରିବେ । ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହିତ ବାବାଙ୍କ ଆଶୀର୍ବାଦ ନେବେ । ମନ୍ଦିରରେ ନବନିର୍ମିତ ଧାଡି ଦର୍ଶନ ପରିସରକୁ ଉଦଘାଟନ କରିବେ । ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ବର କେନାଲକୁ ଉଦଘାଟନ କରିବେ । ଅପରାହ୍ନ ୩ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଶିରିଡି ଠାରେ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ମନ୍ତ୍ରଣାଳୟର ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଅ ପହଞ୍ଚି ୩୭ତମ ଜାତୀୟ କ୍ରୀଡାକୁ ଉଦଘାଟନ କରିବେ ।

ଅଧିକ ପଢନ୍ତୁ- ବଦଳିବ ବାରଣାସୀର ରୂପରେଖ, ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିରିଡି ଠାରେ ଉଦଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେ ଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏହାସହ ବାତାନୁକୂଳିତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ଗତ ଅକ୍ଟୋବର ୨୦୧୮ ରେ ଏହି ନୂତନ ଧାଡି ଦର୍ଶନ ପରିସର ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ବର କେନାଲକୁ ଦେଶ ଉଦ୍ଦେଶ୍ୟରେ ଉଦଘାଟନ କରିବେ । ଫଳରେ ଅହମ୍ମଦନଗର ଜିଲ୍ଲାର ଛଅ ଓ ନାସିକର ଗୋଟିଏ, ଏହିପରି ମୋଟ ସାତଟି ତହସିଲର ୧୮୨ ଟି ଗ୍ରାମର ଜନସାଧାରଣ ପାଇପ ଯୋଗେ ପାଣି ପାଇବେ । ନୀଲୱାଣ୍ଡେ ଡ୍ୟାମର ନିର୍ମାଣ0 କାର୍ଯ୍ୟ ୧୯୭୦ରେ ଆରମ୍ଭ ହୋଇଥିଲା । ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଶେଷରେ ଏହି ପ୍ରକଳ୍ପ ଏବେ ଲୋକଙ୍କ କାମରେ ଆସିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୫ ହଜାର ୧୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏତତ ବ୍ୟତୀତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନମୋ କ୍ଷେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟର ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ଅଧିକ ପଢନ୍ତୁ- PM MP Visit: ନିର୍ମାଣ ହେବ ସନ୍ଥ କବିର ଦାସ ମନ୍ଦିର, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅନ୍ୟପଟେ ପ୍ରଧାନମନ୍ତ୍ରୀ ସଂଧ୍ୟାରେ ଗୋଆ ପହଞ୍ଚିବେ । ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୩୭ତମ ଜାତୀୟ କ୍ରୀଡାର ଉଦଘାଟନ କରି କ୍ରୀଡାବିତଙ୍କୁ ସମ୍ବୋଧନ କରିବେ । ୩୭ତମ ଜାତୀୟ କ୍ରୀଡା ଅକ୍ଟୋବର ୨୬ ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ସାରା ଦେଶରୁ ୧୦ହଜାରରୁ ଅଧିକ କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରିବେ । ଏହି ଇଭେଣ୍ଟରେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବ ।

Last Updated : Oct 26, 2023, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.