ETV Bharat / bharat

Demise Of UAE President: ଭରତରେ ଏକଦିବସୀୟ ଶୋକ, ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା

author img

By

Published : May 14, 2022, 4:20 PM IST

UAEର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ ଦେହାନ୍ତରେ ଭାରତରେ ଏକଦିବସୀୟ ଶୋକ ପାଳନ । ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା । ଗତକାଲି ଶୋକବ୍ୟକ୍ତି କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Demise of UAE President: ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ (UAE)ର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ ଦେହାନ୍ତରେ ଭାରତରେ ଏକଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଆଜି ତ୍ରୀରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ଆଜି (ଶନିବାର) ସଂସଦ ଭବନରେ ଲାଗିଥିବା ତ୍ରୀରଙ୍ଗା ପତାକା ଅର୍ଦ୍ଧନମିତ ଉଡିଛି । ଗତକାଲି ରାଷ୍ଟ୍ରପତି ଶେଖ ଖଲିପାଙ୍କ 73 ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଗତକାଲି ତାଙ୍କର ଦେହାନ୍ତ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକବ୍ୟକ୍ତି କରିବା ସହ ଦେଶରେ ଏକଦିବସୀୟ ଶୋକ ଘୋଷଣା କରିଥିଲେ । ଭାରତ ଓ ଆରବ ଏମିରେଟର ଦ୍ବିପାକ୍ଷିକ ସମ୍ପର୍କର ସୁଦୃଢୀକରଣରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ବୋଲି ଶୋକବାର୍ତ୍ତା ଟ୍ବିଟରେ ପ୍ରକାଶ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ସେହିପରି ତାଙ୍କୁ ଜଣେ ମହାନ ଜନନାୟକ ଓ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ବୋଲି ମଧ୍ୟ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଶେଖ ଖଲିଫାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ ।

1948 ମସିହାରେ ଜନ୍ମିତ ଶେଖ ଖଲିଫା ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ର ରାଷ୍ଟ୍ରପତି ଭାବେ ନଭେମ୍ବର 2004 ରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ହେଉଛନ୍ତି ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ତଥା ଆବୁଧାବିର 16ତମ ଶାସକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.