ETV Bharat / bharat

କାବୁଲରେ ହମଲା; ୱାଶିଂଟନରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା - national flag at half mast

କାବୁଲ ଆକ୍ରମଣକୁ ନେଇ ମୃତକଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସ ଉପରେ ଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଯାହା ଆସନ୍ତା ୩୦ ପର୍ଯ୍ୟନ୍ତ ଏହା ରହିବ । ଅଧିକ ପଢନ୍ତୁ...

national flag
national flag
author img

By

Published : Aug 27, 2021, 9:48 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ । କାବୁଲ ବିମାନବନ୍ଦର ବାହାରେ ଗତକାଲି(ଗୁରୁବାର) 3ଟି ସିରିଜ ବିସ୍ଫୋରଣ ଘଟିଛି । ଏଥିରେ 60 ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ 13 ଜଣ ଆମେରିକା ସୈନିକଙ୍କ ପ୍ରାଣହାନୀ ଘଟିଛି । ବିସ୍ଫୋରଣରେ ନିଜକୁ ଦାୟୀ କରିଛି ISIS ଆତଙ୍କବାଦୀ ସଙ୍ଗଠନ ।

ଦେଶର ବୀର ଯବାନଙ୍କ ମୃତ୍ୟୁରେ ଆମେରିକାବାସୀ ଦୁଃଖ ପ୍ରକାଶ କରିଛନ୍ତି । ବିସ୍ଫୋରଣରେ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ସମ୍ମାନର୍ଥେ ହ୍ବାଇଟ ହାଉସ ଉପରେ ଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଯାହା ଆସନ୍ତା ୩୦ ପର୍ଯ୍ୟନ୍ତ ଏହା ରହିବ ।

ଏହି ଅସ୍ଥିରତା ମଧ୍ୟରେ ବିସ୍ଫୋରଣକୁ ନେଇ ପ୍ରତିଶୋଧ ମୁଡରେ ଅଛି ଆମେରିକା । ଦେଶବାସୀଙ୍କୁ ସମ୍ବୋଧନ କରି ଆତଙ୍କବାଦୀଙ୍କ ବିରୋଧରେ କଣ ଆଭିମୁଖ୍ୟ ରହିବ ସ୍ପଷ୍ଟ କରିସାରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ନିଜ ଯବାନଙ୍କ ମୃତ୍ୟୁରେ ବାଇଡେନ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଉ ଆର ପାର ଲଢେଇର ଘୋଷଣା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.