ETV Bharat / bharat

National Cancer Awareness Day: କ୍ୟାନସରଠୁ ହାରିବାନି, ହରାଇବା

author img

By

Published : Nov 7, 2021, 12:16 PM IST

କ୍ୟାନସର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥାନ୍ତି । କେହି କେହି କର୍କଟକୁ ହରାଇ ଜୀବନକୁ ଜିତିଥାନ୍ତି । ଏପରି ସମସ୍ୟା ପାଇଁ କେବଳ ସାହସ ଓ ସଚେତନତା ଜରୁରୀ । ଅଧିକ ପଢନ୍ତୁ...

National Cancer Awareness Day 2021
National Cancer Awareness Day 2021

ହାଇଦ୍ରାବାଦ: କ୍ୟାନସର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥାନ୍ତି । କେହି କେହି କର୍କଟକୁ ହରାଇ ଜୀବନକୁ ଜିତିଥାନ୍ତି । ଏପରି ସମସ୍ୟା ପାଇଁ କେବଳ ସାହସ ଓ ସଚେତନତା ଜରୁରୀ । କ୍ୟାନସର ଭୟର ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ପାଇଁ ମନୋବଳକୁ ଦୃଢ କରିବା ଦରକାର । ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଏନେଇ ପ୍ରତିବର୍ଷ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବରେ ପାଳନ କରାଯାଏ ।

ବିଶ୍ବରେ ଦ୍ବିତୀୟ ବଡ ରୋଗ ଭାବରେ ଉଭା ହୋଇଛି କ୍ୟାନସର । ସାଧାରଣ ଲୋକଠାରୁ ନେଇ ସେଲିବ୍ରିଟି ସମସ୍ତଙ୍କୁ କାବୁ କରିଛି କର୍କଟ । ପୂର୍ବରୁ ଏ ରୋଗ ସମ୍ପର୍କରେ କେହି ସଚେତନ ନଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ବିଷୟରେ ସଚେତନ ହେଲେ ଏହାର ପ୍ରତିକାର ସମ୍ଭବପର ହୋଇଥାଏ । ଭାରତରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଦୁଇ ତୃତୀୟାଂଶ ରୋଗୀ ବିଳମ୍ବରେ ଚିହ୍ନଟ ହେଉଛନ୍ତି ଫଳରେ ସେମାନଙ୍କ ବଞ୍ଚିବା ସମ୍ଭାବନା କମୁଛି । ପ୍ରତି ୮ ମିନିଟରେ ଜଣେ ମହିଳାଙ୍କର ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ହେଉଛି ।

୧୯୭୫ରେ ଭାରତରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୪ ସେପ୍ଟେମ୍ବରରେ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ବାରା ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ଘୋଷଣା କରାଯାଇଥିଲା । ଏହି ଦିନର ଲକ୍ଷ୍ୟ କର୍କଟ ଚିକିତ୍ସା ସୁବିଧା ଆରମ୍ଭ କରିବା । 1984-85ରେ ଏହାର ଲକ୍ଷ୍ୟରେ ପରିବର୍ତ୍ତନ ଅଣାଯାଇଥିଲା । କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଏହି ଦିନ ଲୋକମାନେ ମାଗଣା ସ୍କ୍ରିନିଂ ପାଇଁ ସରକାରୀ ଡାକ୍ତରଖାନା, ସିଜିଏଚଏସ, ଏବଂ ମ୍ୟୁନିସିପାଲିଟି କ୍ଲିନିକ୍ ଯିବାକୁ ଉତ୍ସାହିତ ହୁଅନ୍ତି । କର୍କଟ ରୋଗକୁ ରୋକିବା ପାଇଁ ଉପାୟ ଏବଂ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ବୁକଲେଟ୍ ବାଣ୍ଟି ଏହି ଦିନ ପାଳନ କରାଯାଇଥାଏ । ରୋଗକୁ ହରାଇବାରକୁ ମେଡିସିନଠୁ ଅଧିକ କାମ ଦିଏ ମନୋବଳ ଓ ସଚେତନତା । ଚଳିତ ବର୍ଷ ଏହି ଦିନର ବିଷୟ ବସ୍ତୁ ରହିଛି ହାରିବାନି ହରେଇବା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.