ETV Bharat / bharat

ମତେ ଗୃହ ବାହାରେ ଲିଞ୍ଚିଂ କରିବାର ଷଡଯନ୍ତ୍ର ରଚା ଯାଇଛି: ବସପା ସାଂସଦ ଦାନିଶ ଅଲ୍ଲୀ - ବିଜେପି ସାଂସଦ ନିଶିକାନ୍ତ ଦୁବେ

ଗୃହ ବାହାରେ ଲିଞ୍ଚିଂ କରିବାର ଷଡଯନ୍ତ୍ର କରାଯାଇଛି ବସପା ସାଂସଦ ଡାନିଶ ଅଲ୍ଲୀ । ଗୁରୁବାର ଲୋକସଭାରେ ଚର୍ଚ୍ଚା ବେଳେ ହୋଇଥିଲା ଅପ୍ରୀତିକର ସ୍ଥିତି । ଅଧିକ ପଢନ୍ତୁ

ମତେ ଗୃହ ବାହାରେ ଲିଞ୍ଚି କରିବାର ଷଡଯନ୍ତ୍ର: ବସପା ସାଂସଦ ଡାନିଶ ଅଲ୍ଲୀ

author img

By ETV Bharat Odisha Team

Published : Sep 24, 2023, 8:24 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ରମେଶ ବିଧୁରୀ ଲୋକସଭାରେ ବିଏସପି ସାଂସଦ ଡାନିଶ ଅଲ୍ଲୀଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ପରସ୍ପର ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କୁ ଗୃହ ବାହାରେ ଲିଞ୍ଚିଂ କରାଯିବାର ଷଡଯନ୍ତ୍ର ରଚା ଯାଇଥିବା ଅଭିଯୋଗ କରିଛନ୍ତି ବସପା ସାଂସଦ ଦାନିଶ । ଏହି ଘଟଣା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଚିଠି ଉପରେ ମଧ୍ୟ ଦାନିଶ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଦୁବେଙ୍କ ଅଭିଯୋଗ ଭିତ୍ତିହୀନ । ସେ ଯାହା କରିଛନ୍ତି ତାହା, ସ୍ବାଧୀକାର ଭଙ୍ଗ ସହ ସମାନ । ବାଚସ୍ପତି ତାହା ମଧ୍ୟ ତଦନ୍ତ କରନ୍ତୁ ।

  • VIDEO | "BJP MP Nishikant Dubey's letter (to Lok Sabha Speaker) is to create a narrative pertaining to my 'lynching' outside the House as my 'verbal lynching' already took place," says BSP MP @KDanishAli on Nishikant Dubey's letter to the Speaker seeking probe on his conduct. pic.twitter.com/lSIL3wjEu5

    — Press Trust of India (@PTI_News) September 24, 2023 " class="align-text-top noRightClick twitterSection" data=" ">

ଆଜି ଅପରାହ୍ନରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦାନିଶ କହିଛନ୍ତି, ‘‘ ମୁଁ ନିଶିକାନ୍ତ ଦୁବେ ଲେଖିଥିବା ଚିଠିକୁ ଦେଖିଛି । ଗୃହ ଭିତରେ ମୋତେ ଭର୍ବାଲ ଲିଞ୍ଚିଂ (ମୌଖିକ ଆକ୍ରମଣ) କରାଗଲା । ଏବେ ସେମାନେ ସଂସଦ ବାହାରେ ମତେ ଲିଞ୍ଚିଂ କରିବାର ଯୋଜନା ରଖିଛନ୍ତି । ଏହି ଘଟଣାର ସଠିକ ଅନୁସନ୍ଧାନ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରୁଛି । ଭାଜପା ସାଂସଦ ଯେଉଁ ଭିତ୍ତିହୀନ ଅଭିଯୋଗ କରିଛନ୍ତି, ତାଙ୍କ ବିରୋଧରେ ସ୍ବାଧୀକାର ଉଲ୍ଲଘଂନର ଏକ ମାମଲା ହେବା ଦରକାର ।’’

ଲୋକସଭା ବାଚସ୍ପତିଙ୍କୁ ଚିଠିରେ କଣ ଲେଖିଥିଲେ ନିଶିକାନ୍ତ ଦୁବେ ?

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ପତ୍ରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ଡାନିଶ ଅଲ୍ଲୀଙ୍କୁ ଲୋକସଭାରେ ବିଜେପି ସାଂସଦ ରମେଶ ବିଧୁରୀଙ୍କ ଭାଷଣ ସମୟରେ ବାଧା ସୃଷ୍ଟି କରିବା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି । ଏପରିକି ଦାନିଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏପରି କାରଣ ପାଇଁ ଭାଜପା ସାଂସଦ ବିଧୁରୀ ନିୟନ୍ତ୍ରଣ ହରାଇବା ସହ ତାଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲେ । ଦାନିଶଙ୍କ ବିରୋଧରେ ତାଙ୍କ କାର୍ଯ୍ୟକଳାପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ଦୁବେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Rahul meets BSP MP Danish Ali: ଦୁର୍ବ୍ୟବହାରର ଶିକାର ହୋଇଥିବା ବିଏସପି ସାଂସଦଙ୍କୁ ଭେଟିଲେ ରାହୁଲ

ଗୁରୁବାର ଲୋକସଭାରେ ଆଲୋଚନା ବେଳେ ବିଜେପି ସାଂସଦ ରମେଶ ବିଧୁରୀ ଉତ୍ତର ପ୍ରଦେଶର ସପା ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ଗୃହରେ ଉତ୍ତେଜିତ ହୋଇ ଅପଶବ୍ଦ ବ୍ୟବହାର କରିଥିଲେ । ତେବେ ଏଥିପାଇଁ ତାଙ୍କୁ ବାଚସ୍ପତି କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ହେଲେ ସାଂସଦ ଦାନିଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବାରୁ ଏପରି ସ୍ଥିତି ସୃଷ୍ଟି ହେଲା ବୋଲି ବିଜେପି ପାଲଟା ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.