ETV Bharat / bharat

Mann Ki Baat: ନାରୀଶକ୍ତି ବିକଶିତ ଭାରତର ପ୍ରାଣବାୟୁ, ଓଡିଶାର ଜ୍ୟୋର୍ତିମୟୀଙ୍କୁ ମୋଦିଙ୍କ ପ୍ରଶଂସା - pm modi louds jyotirmayee mohanty in mann ki baat

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । 99ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ନାରୀଶକ୍ତିଠୁ ନେଇ ଅଙ୍ଗଦାନ କରି ନୂଆ ଜୀବନ ଦେଇଥିବା ମହାନ ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Mann Ki Baat
Mann Ki Baat
author img

By

Published : Mar 26, 2023, 12:59 PM IST

ନୂଆଦିଲ୍ଲୀ: 99ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାରୀଶକ୍ତିଠୁ ନେଇ ଅଙ୍ଗଦାନ କରି ଅନେକଙ୍କୁ ନୂଆ ଜୀବନ ଦେଇଥିବା ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଙ୍ଗଦାନ କରିଥିବା ଝାଡଖଣ୍ଡର ସ୍ନେହଲତାଙ୍କ କଥା କହିବା ସହ ନାରୀଶକ୍ତିର ଉର୍ଜା ହିଁ ବିକଶିତ ଭାରତରର ପ୍ରାଣବାୟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭବା ଆଟମିକ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ୟୋର୍ତିମୟୀଙ୍କୁ IUPAD ପୁରସ୍କାର ମିଳିଛି ।

କାର୍ଯ୍ୟକ୍ରମ ଆରମ୍ଭରୁ ଅଙ୍ଗଦାନ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥିଲେ । ଅଙ୍ଗଦାନ ଜୀବନଦାନର ମାଧ୍ୟମ ହୋଇଛି । ଅଙ୍ଗଦାନ କରି ଅନେକଙ୍କୁ ନୂଆ ଜୀବନ ଦେଇଥିବା ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଝାଡଖଣ୍ଡର ସ୍ନେହଲତା ଚୌଧୁରୀଙ୍କ କଥା କହିଥିଲେ ପିଏମ । ସ୍ନେହଲତା ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ଅଙ୍ଗଦାନ କରି ପୂର୍ଣ୍ଣ କରିଛନ୍ତି । ଏହାସହ ଅମୃତସରର ଜଣେ ପରିବାର ତାଙ୍କ 39 ଦିନର ଝିଅର ଅଙ୍ଗଦାନ କରିବା କଥା କହିଥିଲେ । ଅଙ୍ଗଦାନ କରିଥିବା ମହାବୀର ଜୀବନର ମହତ୍ତ୍ବ ବିଷୟରେ ଶିକ୍ଷା ଦେଇଛନ୍ତି । 2013ରେ ଦେଶ ଅଙ୍ଗଦାନ ସଂଖ୍ୟା 5 ହଜାର ଥିଲା ମାତ୍ର 2022ରେ ତାହା 15 ହଜାରରେ ପହଞ୍ଚିଛି । ଅଧିକରୁ ଅଧିକ ଅଙ୍ଗଦାନ କରିବାକୁ ଅନୁରୋଧ କରିଛନ୍ତି ।

ନାରୀଶକ୍ତି ବିକଶିତ ଭାରତର ଶକ୍ତି: 99ତମ ମନ୍ କି ବାତରେ ଦେଶବାସୀଙ୍କୁ ନାରୀଶକ୍ତି ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ନାରୀ ଶକ୍ତି ଭାରତ ସ୍ବପ୍ନରେ ଶକ୍ତି ଯୋଗାଉଛି । ଆଜି ଦେଶର ଯେଉଁ ସାମର୍ଥ୍ୟ ରହିଛି ସେଥିରେ ନାରୀଶକ୍ତିର ଭୂମିକା ରହିଛି । ନାରୀଶକ୍ତିର ଉର୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ । ବିଭିନ୍ନ କ୍ଷେତ୍ରରେ ନାରୀଙ୍କର ଭୂମିକା ବିଷୟରେ ଆଲୋଚନା କରିଛନ୍ତି ପିଏମ । ତୁର୍କୀର ବିନାଶକାରୀ ଭୂମିକମ୍ପ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ମହିଳା ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।

ସେହିପରି ତିନି ସେନାରେ ଦେଶକୁ ଗର୍ବିତ କରିଥିବା ନାରୀଶକ୍ତି ବିଷୟରେ କହି ମହିଳା ବାୟୁସେନା ଗ୍ରୁପ କ୍ୟାପ୍ଟେନ ପଦରେ ନିଯୁକ୍ତ ଶାଲିଜା ଧାମିଙ୍କୁ ପ୍ରଶଂସା କରିଥିଲେ ପିଏମ । ସିଆଚୀନରେ ମାଇନସ 60ଡିଗ୍ରୀ ତାପମାତ୍ରରେ ନିଯୁକ୍ତ ଶିବା ଚୌହାନଙ୍କୁ ନେଇ ଆଜି ଦେଶ ଗର୍ବିତ ବୋଲି କହିଥିଲେ। ଶିବା ଚୌହାନ 3 ମାସ ହେବ ସିଆଚୀନରେ ନିଯୁକ୍ତ ଅଛନ୍ତି ।

ଓଡିଶାର ଜ୍ୟୋତିର୍ମୟୀଙ୍କୁ ମୋଦିଙ୍କ ପ୍ରଶଂସା: ଭାରତର ପ୍ରଥମ ମହିଳା ଭାବେ ଓଡିଆ ଝିଅ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ପିୟୋର୍ ଆଣ୍ଡ୍ ଆପ୍ଲାଏଡ୍ କେମିଷ୍ଟ୍ରି (ଆଇୟୁପିଏସି-2023) ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଏହି ସମ୍ମାନ ପ୍ରାପ୍ତ କରିବାରେ ସେ ଦେଶର ପ୍ରଥମ ମହିଳା । ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଏହି ଉପଲବ୍ଧି ପାଇଁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି ।

ସେହିପରି ଅଣ୍ଡର-19 କ୍ରିକେଟ ୱାର୍ଲ୍ଡକପ ଜିତି ଦେଶକୁ ଗର୍ବିତ କରିଥିବା ମହିଳା କ୍ରିକେଟ ଦଳ ସହ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ୟୋତିମୟୀ ମହାନ୍ତିଙ୍କ ସଫଳତା ଦେଶକୁ ଗର୍ବିତ କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ରସାୟନ ବିଜ୍ଞାନରେ ଜ୍ୟୋର୍ତିମୟୀଙ୍କୁ IUPAC ଆୱାର୍ଡ ମିଳିଛି ଏସିଆର ପ୍ରଥମ ମହିଳା ଲୋକ ପାଇଲଟ ସୁରେଖା ଯାଦବଙ୍କ ସହ ଓସ୍କାର ହାତେଇଥିବା ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ 'ଏଲିଫ୍ୟାଣ୍ଟ ହ୍ୟୁଇସର' ଫିଲ୍ମ ନିର୍ଦ୍ଦେଶକ କାର୍ତ୍ତିକୀ ଗୋଜାଲ୍ବିସ ଓ ପ୍ରଯୋଜିକା ଗୁନୀତ ମୋଗାଙ୍କ କଥା କହିଥିଲେ ।

ରାଜନୀତିରେ ମଧ୍ୟ ମହିଳାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଯାହାର ନୂଆ ଆରମ୍ଭ ନାଗାଲାଣ୍ଡରୁ ହୋଇଛି । 75 ବର୍ଷରେ ପ୍ରଥମଥର ପାଇଁ ନାଗାଲାଣ୍ଡର ଦୁଇ ମହିଳା ବିଧାୟକ ବିଧାନସଭାରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାରାଲାଣ୍ଡ ସରକାରରେ ମନ୍ତ୍ରୀ ହୋଇଛନ୍ତି । ନାଗାଲାଣ୍ଡବାସୀଙ୍କୁ ପ୍ରଥମ ଥର ପାଇଁ ଜଣେ ମହିଳା ମନ୍ତ୍ରୀ ମଳିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କ ମଧ୍ୟରେ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ 99ତମ ଏପିସୋଡରେ ପହଞ୍ଚିଛି ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । 100ତମ ଏପିସୋଡ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଥିବା କହିବା ସହ ସ୍ବଚ୍ଛତା ଓ ମହାମାରୀ କୋରୋନା ଦେଇ ସତର୍କ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.