ETV Bharat / bharat

ବିଶ୍ୱ ନେତାଙ୍କ ଆପ୍ରୁଭାଲ୍‌ ରେଟିଂ ସର୍ଭେ, ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ବିଶ୍ବ ନେତାଙ୍କ ଆପ୍ରୁଭାଲ୍‌ ରେଟିଂ ସର୍ଭେ

ପ୍ରମୁଖ ନେତାଙ୍କ ମଧ୍ୟରେ ପୁଣି ଟପ୍‌ରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Modi is most popular among world leaders) । ସର୍ଭେ ମୁତାବକ ବିଶ୍ୱ ନେତାଙ୍କ ଗ୍ଲୋବାଲ ରେଟିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

Narendra Modi is most popular among world leaders Morning Consult survey
ବିଶ୍ବ ନେତାଙ୍କ ଆପ୍ରୁଭାଲ୍‌ ରେଟିଂ ସର୍ଭେ, ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Aug 26, 2022, 5:51 PM IST

ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ନେତାଙ୍କ ମଧ୍ୟରେ ପୁଣି ଟପ୍‌ରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Modi is most popular among world leaders)। ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ମୁତାବକ ବିଶ୍ବ ନେତାଙ୍କ ଗ୍ଲୋବାଲ ରେଟିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କୁ ଏହି ସର୍ଭେ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର ।

ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡରଙ୍କୁ ୬୩ ପ୍ରତିଶତ ରେଟିଂ ମିଳିଥିବା ବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘୀଙ୍କୁ ୫୪ ପ୍ରତିଶତ ରେଟିଂ ମିଲିଛି । ମର୍ଣ୍ଣିଂ କନ୍‌ସଲ୍ଟର ସର୍ଭେରେ ମୋଟ ୨୨ ଜଣ ବିଶ୍ବନେତା ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବାଇଡେନଙ୍କ ପରେ ୩୯ ପ୍ରତିଶତ ରେଟିଂ ସହ କାନାଡାର ରାଷ୍ଟ୍ରପତି ଜଷ୍ଟିନ୍‌ ଟ୍ରୁଡୁ ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୩୮ ପ୍ରତିଶତ ସହ ସପ୍ତମ ସ୍ଥାନରେ ରହିଛନ୍ତି । ମର୍ଣ୍ଣିଂ କନସଲ୍ଟ ବିଶ୍ବର ଅନେକ ଦେଶର ସରକାରୀ ରାଜନୈତିକ ନେତାଙ୍କୁ ନେଇ ଆପ୍ରୁଭାଲ୍‌ ରେଟିଂ ସର୍ଭେ କରିଥିଲା । କେଉଁ ନେତାଙ୍କୁ ବିଶ୍ବରେ ଅଧିକାଂଶ ଲୋକେ ପସନ୍ଦ କରୁଛନ୍ତି ତାହା ଥିଲା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ୍‌, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ୍‌, ସ୍ବିଡେନ୍‌, ଏବଂ ଆମେରିକା ଭଳି ଦେଶ ସାମିଲ ରହିଛନ୍ତି ।

ଏହାପୂର୍ବରୁ ଜାନୁାରୀ ୨୦୨୨ ଓ ନଭେମ୍ବର ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିରେ ଶୀର୍ଷରେ ରହିଥିଲେ । ଏହି ପ୍ଲାଟଫର୍ମ ରାଜନୈତିକ ନିର୍ବାଚନ, ନିର୍ବାଚିତ ଅଧିକାରୀ ଏବଂ ଭୋଟ୍ ପ୍ରସଙ୍ଗ ଉପରେ ରିଅଲ୍ ଟାଇମ୍ ମତଦାନ ତଥ୍ୟ ପ୍ରଦାନ କରିଥାଏ । ମର୍ଣ୍ଣିଂ କନ୍‌ସଲ୍ଟ ପ୍ରତିଦିନ ୨୦ ହଜାରୁ ଅଧିକ ବିଶ୍ବସ୍ତରୀୟ ନେତାଙ୍କ ସାକ୍ଷାତକାର ନେଇ ଆସିଛି ।

ସର୍ଭେ ପାଇଁ ୫ଶହରୁ ୫ ହଜାର ସାମ୍ପୁଲ ସାଇଜ୍‌ ରଖାଯାଇଥିଲା । ଆମେରିକାରେ ୪୫ ହଜାର ସାମ୍ପୁଲ ସାଇଜ୍‌ ରିଥିଲା । ବିଶେଷ କରି ଯୁବବର୍ଗଙ୍କୁ ନେଇ ଏହି ସର୍ଭେ କରାଯାଇ ଆସୁଛି । ଭାରତରେ କିଛି ଶିକ୍ଷିତ ଯୁବବର୍ଗଙ୍କୁ ନେଇ ସର୍ଭେ କରାଯାଇଥିଲା । ଏଥିରେ ସରକାରୀ କଳର ଅଧିକାରୀ ମଧ୍ୟ ସାମିଲ ରହିଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.