ETV Bharat / bharat

ସୀମାରୁ ୩୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ପ୍ୟାକେଟରେ ଲେଖାଯାଇଛି ଉର୍ଦ୍ଦୁ

author img

By

Published : Oct 3, 2021, 5:51 PM IST

ଜମ୍ମୁ କାଶୀର ସୀମାନ୍ତ ଉରି ସେକ୍ଟରରୁ ୩୦ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ସେନା । ଅଧିକ ପଢନ୍ତୁ...

Narcotic worth 30 crore seized in Uri
ଉରି ସେକ୍ଟରରେ ୩୦ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ସେନା

ଶ୍ରୀନଗର: LOC ସୀମାରେ ଉରି ସେକ୍ଟରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କଲା ସେନା । ଶନିବାର ସକାଳେ ଭାରତ ପାକିସ୍ତାନ ସୀମାର ଏଲଓସିରେ ୩୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବା ବାରମୂଲା ଏସଏସପି ସୂଚନା ଦେଇଛନ୍ତି ।

ଭାରତ ପାକିସ୍ତାନ ସୀମା ଉରି ସେକ୍ଟରରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରିଛି ସେନା । ଏନେଇ ବାରମୂଲା ଏସଏସପି ସୂଚନା ଦେଇ କହିଛନ୍ତି ଯେ ଶନିବାର ସକାଳେ ଉତ୍ତର କାଶ୍ମୀରର ଉରି ସେକ୍ଟରର ଏଲଓସିରେ କିଛି ସନ୍ଦେହଜନକ ଗତିବିଧି ଉପରେ ନଜର ରଖିଥିଲା ସେନା । ଚାଲାଣକାରୀମାନେ ଉରି ସେକ୍ଟର ସୀମାବର୍ତ୍ତୀ ଅଞ୍ଚଳରେ ନିଷେଧାଦେଶ ଡ୍ରଗ୍ସକୁ ଚୋରାଚାଲାଣ କରିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଭାରତୀୟ ସେନା ମିଳିତ ବାହୀନି ପକ୍ଷରୁ ଚଢାଉ କରାଯାଇଥିଲା।

ତେବେ ଏହା ଦେଖି ଚାଲାଣକାରୀ ମାନେ ଡ୍ରଗ୍ସ ଫିଙ୍ଗି ଦେଇଥିବା ଜଣାପଡିଛି । ଜବତ ଡ୍ରଗ୍ସର ଅନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ । ଯେଉଁଥିରେ ଉର୍ଦ୍ଦୁ ଭାଷାରେ ଲେଖା ଯାଇଥିବା ଦୁଇଟ ପ୍ୟାକେଟ ସହ କେତୋଟି ବ୍ୟାଗ ଜବତ କରିଛି ସେନା। ଯାହାକି ପାକିସ୍ତାନ ଭାରତୀୟ ସୀମାରେ ଅନୁପ୍ରବେଶ କରି ଡ୍ରଗ୍ସ ଚାଲାଣ କରାଯାଉଥିବା ଜଣାପଡିଛି।

ପାକିସ୍ତାନ ସର୍ବଦା ସୀମା ଅଶାନ୍ତ କରିବାକୁ ଚେଷ୍ଟା କରୁଛି । ତେବେ ଭାରତରେ ଡ୍ରଗ୍ସ ଚୋରାଚାଲାଣ କରିବା ସହ ଆତଙ୍କବାଦୀ ମଧ୍ୟ ଅନୁପ୍ରବେଶ କରୁଛନ୍ତି । ଭାରତୀୟ ସେନା ମଧ୍ୟ ସବୁବେଳେ ସଜାଗ ରହିଛି ସମସ୍ତ ପ୍ରକାରର ଗତିବିଧି ଉପରେ ନଜର ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.