ETV Bharat / bharat

ପ୍ରଦର୍ଶନକୁ ପଥର ମାଡ, ଦୀର୍ଘ 6 ଘଣ୍ଟା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ମମତା

author img

By

Published : May 17, 2021, 6:41 PM IST

ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ମନ୍ତ୍ରୀ ସମେତ ତୃଣମୂଳ କଂଗ୍ରେସର 4 ନେତାଙ୍କ ଗିରଫ ପରେ ନିଜାମା ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ମମତା । ଦୀର୍ଘ 6 ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଦର୍ଶନ, ପଥର ମାଡ, ହଙ୍ଗାମା; ଦୀର୍ଘ 6 ଘଣ୍ଟା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ମମତା

କୋଲକାତା: ପ୍ରବଳ ବିରୋଧ, ଧାରଣା ଆଉ ଆରୋପ ପ୍ରତ୍ୟାରୋପ । ଦୀର୍ଘ 6 ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ମନ୍ତ୍ରୀ ସମେତ ତୃଣମୂଳ କଂଗ୍ରେସର 4 ନେତାଙ୍କ ଗିରଫ ପରେ ନିଜାମା ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ମମତା ।

ସିବିଆଇ ଅଫିସରୁ ବାହାରିବା ପରେ ମମତା କହିଛନ୍ତି, କୋର୍ଟ ଏହାର ନିଷ୍ପତ୍ତି ନେବେ । ତୃଣମୂଳ କଂଗ୍ରେସ ସରକାରର 2 ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫିରଦାହ ହାକିମଙ୍କ ସମେତ ବିଧାୟକ ମଦନ ମିତ୍ର, ଓ ପୂର୍ବତନ କୋଲକାତା ମେୟର ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି ସିବିଆଇ ।

ନିଜ ଦଳୀୟ ନେତାଙ୍କ ଗିରଫ ପରେ ସିବିଆଇ କାର୍ଯ୍ୟାଳୟ ପହଞ୍ଚିଥିବା ମମତା କହିଛନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବା ଦରକାର । ଏହାପରେ ତୃଣମୂଳ କଂଗ୍ରେସ ସମର୍ଥକ ସିବିଆଇ କାର୍ଯ୍ୟାଳୟ ବାହାରେ ଜବରଦସ୍ତ ହଙ୍ଗାମା ଓ ପଥର ମାଡ କରିଥିଲେ ।

ଶୃଙ୍ଖଳା ଦୃଷ୍ଟିରୁ ନିଜାମ ପ୍ୟାଲେସଠାରେ CRPF ଯବାନଙ୍କୁ ମୁତୟନ କରାଯିବା ସହିତ ବ୍ୟାରିକେଡ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ବି ଆଇନ ଶୃଙ୍ଖଳାକୁ ବେଖାତିର କରି ବେକାବୁ ତୃଣମୂଳ କଂଗ୍ରେସ କର୍ମୀ ଯବାନଙ୍କ ଉପରକୁ ପଥର ମାଡ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.