ETV Bharat / bharat

ଖୋଲା ସ୍ଥାନରେ ନମାଜ ପାଠ ଗ୍ରହଣୀୟ ନୁହେଁ: Haryana CM

author img

By

Published : Dec 11, 2021, 10:36 PM IST

Updated : Dec 11, 2021, 10:43 PM IST

ଖୋଲା ସ୍ଥାନରେ ନମାଜ ପାଠ ଆଦୌ (Offering Namaz In Open place ) ଗ୍ରହଣୀୟ ନୁହେଁ କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର (Haryana CM Manohar Lal Khattar) । ଅଧିକ ପଢନ୍ତୁ

ଖୋଲା ସ୍ଥାନରେ ନାଜ ପାଠ ଗ୍ରହଣୀୟ ନୁହେଁ: Haryana CM

ଚଣ୍ଡୀଗଡ: ଖୋଲା ସ୍ଥାନରେ ନମାଜ ପାଠ ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ନେଇ ସୃଷ୍ଟି ହେଉଥିବା ବିବାଦର ମଧ୍ୟ ସମାଧାନ ହେବା ଉଚିତ୍ କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର(Haryana CM Manohar Lal Khattar) । ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲାଖୋଲି ନମାଜ ପାଠ(Offering Namaz In Open place) କୁ ବିରୋଧ କରି ଦୀର୍ଘ 2 ମାସ ଧରି ପ୍ରତିବାଦ ଲାଗି ରହିଥିବାବେଳେ ଏନେଇ ପ୍ରଥମ କରି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରତିବାଦ କରୁଥିବା ହିନ୍ଦୁ ବାହିନୀଙ୍କୁ ସମର୍ଥନ କରି ଖଟ୍ଟର କହିଛନ୍ତି ଯେ, ଖୋଲା ସ୍ଥାନରେ ନମାଜ ପାଠକୁ ଆଦୌ ଗ୍ରହଣୀୟ ନୁହେଁ । ଏଥିସହ ନମାଜ ପାଠକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବା ଜରୁରୀ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯ, 'ପୋଲିସ୍‌ ଓ ଗୁରୁଗାଓଁ ପ୍ରଶାସନକୁ ବିବାଦର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଏ ପୂଜା କରୁଛି ତ କିଏ ନମାଜ ପଢ଼ୁଛି । ଏଥିରେ ଆମର କୌଣସି ଅସୁବିଧା ନାହିଁ । ପୂଜାପାଠ ଓ ନମାଜ ପାଇଁ ଧର୍ମାନୁଷ୍ଠାନ ତିଆରି ହୋଇଛି । ଲୋକମାନେ ସେଠାକୁ ଯାଇ ନିଜର ପୂଜାର୍ଚ୍ଚନା କରିପାରିବେ । ଏପରି କାର୍ଯ୍ୟକ୍ରମ କେବେ ହେଲେ ଖୋଲା ସ୍ଥାନରେ ଗ୍ରହଣୀୟ ନୁହେଁ ।'

ସେହିପରି ୨୦୧୮ରେ ସରକାର ନିଜେ ନମାଜ ପାଠ ପାଇଁ ସ୍ଥାନ ସଂରକ୍ଷଣ କରି ଥିବାବେଳେ ଏବେ କାହିଁକି ଏମିତି କହୁଛନ୍ତି ବୋଲି ପ୍ରଶ୍ନରେ ଖଟ୍ଟର କହିଛନ୍ତି, କିଛି ନିଷ୍ପତ୍ତି ପୂର୍ବରୁ ନିଆ ଯାଇଥିଲା । କିନ୍ତୁ ସେଗୁଡ଼ିକ ଏବେ ପ୍ରତ୍ୟାହାର କରାଯାଉଛି । ଏହି ପ୍ରସଙ୍ଗ ଉପରେ ପୁନର୍ବାର ଆଲୋଚନା ହେବାର ଆବଶ୍ୟକତା ଅଛି ।

ଆହୁରି ପଢନ୍ତୁ:- ହରିୟାଣାର ୮ଟି ରାସ୍ତା ଉପରେ ନମାଜ ପାଠ ବନ୍ଦ

ଖଟ୍ଟର କହିଛନ୍ତି ଯେ, ତେବେ ଏନେଇ କୌଣସି ବିବାଦକୁ ପ୍ରଶୟ ଦିଆଯିବ ନାହିଁ । କାହାର ମୌଳିକ ଅଧିକାରରେ ହସ୍ତକ୍ଷେପ କରିବାର ଅଧିକାର କୌଣସି ବ୍ୟକ୍ତିର ନାହିଁ । କିନ୍ତୁ ଏଥିପାଇଁ ଅନ୍ୟକାହାକୁ ବଳପୂର୍ବକ ପ୍ରବର୍ତ୍ତାଇବାକୁ ମଧ୍ୟ ପ୍ରଶୟ ଦିଆଯିବନି ।

ସୂଚନା ଅନୁଯାୟୀ ୨୦୧୮ ମସିହାରୁ ଗୁରୁଗ୍ରାମର ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ନମାଜ ପାଠ ପାଇଁ ପ୍ରାୟ ୧୦୦ଟି ସ୍ଥାନ ଚିହ୍ନଟ ହୋଇଥିଲା । କିନ୍ତୁ ଖୋଲା ସ୍ଥାନରେ ନମାଜ ପାଠକୁ ହିନ୍ଦୁ ବାହିନୀ ବିରୋଧ କରିଥିଲେ । ପରେ ପ୍ରଶାସନ ଏହି ସଂଖ୍ୟା ୩୭କୁ ହ୍ରାସ କରିଥିଲେ । ଏହାପରେ 8 ଟି ସ୍ଥାନରେ ନମାଜ ପାଠକୁ ପ୍ରତ୍ୟାହାର କରିନେଇଥିଲେ । ଏବେ ଉକ୍ତ ସ୍ଥାନକୁ ନେଇ ମଧ୍ୟ ହିନ୍ଦୁ ବାହିନୀ ଆପତ୍ତି ଉଠାଇଛନ୍ତି । ଫଳରେ ଏହାକୁ ନେଇ ଦୀର୍ଘ 2 ମାସ ହେବ ବିବାଦ ଲାଗିରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2021, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.