ETV Bharat / bharat

Nagaland Election Result 2023: ଦମଦାର ପ୍ରଦର୍ଶନ ସହ କ୍ଷମତା ବଜାୟ ରଖିବ ଏନଡିପିପି ମେଣ୍ଟ !

author img

By

Published : Mar 2, 2023, 11:03 AM IST

କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି (NDPP) ଓ ବିଜେପି ମେଣ୍ଟ କରି ନିର୍ବାଚନ ଲଢିଛନ୍ତି । ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି ୪୦ଟି ଆସନରେ ବିଜେପି ୨୦ ଆସନରେ ଲଢେଇ କରୁଛନ୍ତି । କଂଗ୍ରେସ ଦଳ ମାତ୍ର 23 ଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି । ଏନପିଏସ ୨୧ ଟି ପ୍ରାର୍ଥୀ ଦେଇଥିବା ବେଳେ ମୈଦାନରେ ୧୯ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

କୋହିମା/କୋଲକାତା: ଉତ୍ତର ପୂର୍ବ ରାଜ୍ୟ ନାଗଲାଣ୍ଡ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଭୋଟ ଗଣତିରେ ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି (NDPP) ମେଣ୍ଟ ଦମଦାର ବିଜୟ ଆଡକୁ ଯାଉଛି । ନେଫ୍ୟୁ ରିୟୋଙ୍କ ନେତୃତ୍ବାଧୀନ ଏନଡିପିପି ସହ ଭାରତୀୟ ଜନତା ପାର୍ଟି (ବିଜେପି) ମେଣ୍ଟ କରି ନିର୍ବାଚନ ଲଢିଛି । ମେଣ୍ଟ ବର୍ତ୍ତମାନ ସୁଦ୍ଧା ପ୍ରାରମ୍ଭିକ ଫଳାଫଳ (ଟ୍ରେଣ୍ଡ)ରେ ୪୦ଟି ଆସନରେ ଆଗୁଆ ରହିଛି ।

  • #NagalandAssemblyElections2023 | Nationalist Democratic Progressive Party leading on 11 seats, BJP won one seat and leading on 3 seats

    Janata Dal (United), Lok Janshakti Party(Ram Vilas)Nationalist Congress Party & Republican Party of India (Athawale) leading on one seat each pic.twitter.com/wtAfPGYMel

    — ANI (@ANI) March 2, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- Election Results 2023 LIVE: ତ୍ରିପୁରା-ନାଗାଲାଣ୍ଡରେ ଆଗୁଆ ବିଜେପି, ମେଘାଳୟରେ ଲିଡ କରୁଛି NPP

କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି (NDPP) ଓ ବିଜେପି ମେଣ୍ଟ କରି ନିର୍ବାଚନ ଲଢିଛନ୍ତି । ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି ୪୦ଟି ଆସନରେ ବିଜେପି ୨୦ ଆସନରେ ଲଢେଇ କରୁଛନ୍ତି । କଂଗ୍ରେସ ଦଳ ମାତ୍ର 23ଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି । ଏନପିଏସ ୨୧ଟି ପ୍ରାର୍ଥୀ ଦେଇଥିବା ବେଳେ ମୈଦାନରେ ୧୯ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ।

ନାଗଲାଣ୍ଡ ବିଧାନାସଭାର ମୋଟ ଆସନ ହେଉଛି ୬୦ । ୨୭ ଫେବୃୟାରୀରେ ମୋଟ ୫୯ଟି ଆସନରେ ଭୋଟିଂ ହୋଇଥିଲା । ଜୁନହେବୋଟ ଜିଲ୍ଲା ଅକୁଲୁତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କଝୌତୋ କୀନମି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଫଳରେ ୫୯ ଟି ଆସନରେ ନିର୍ବାଚନ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୧୮୩ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଛନ୍ତି । ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୧୩ ଲକ୍ଷରୁ ଅଧିକ ରହିଛି । ଯେଉଁଥିରେ ପୁରୁଷ ଭୋଟର ୬.୪୯ ଲକ୍ଷ ଥିବା ବେଳେ, ୬.୪୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ଗତ ୨୭ ଫେବୃୟାରୀରେ ହୋଇଥିବା ମତଦନାରେ ୮୩.୬୩ ପ୍ରତିଶତ ମତଦାନ ହୋଇଥିଲା । ଗତ ୨୦୧୮ ନିର୍ବାଚନରେ ୮୫.୬୨ ପ୍ରତିଶତ ହୋଇଥିଲା ।

ଏହାବି ପଢନ୍ତୁ- ଆଜି ରାୟସିନା ଡାୟଲଗ ୨୦୨୩କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଯଦି ନାଗାଲାଣ୍ଡରେ ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି ଓ ବିଜେପି ମେଣ୍ଟ କ୍ଷମତା ବଜାୟ ରଖେ ନେଫ୍ୟୁ ରିୟୋ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ସୂଚନା ଥାଉକି, ଆଜି ମେଘାଳୟ ତ୍ରିପୁରା ଓ ନାଗାଲାଣ୍ଡର ଫଳାଫଳ ଘୋଷିତ ହେବ । ସନ୍ଧ୍ୟା ସୁଦ୍ଧା ଜଣାପଡିବ କାହା ଉପରେ ରହିଛି ନାଗାଲାଣ୍ଡ ଜନତାଙ୍କ ଭରସା । କିଏ ଜିତିବ ବାଜି । କିଏ ଗଠନ କରିବ ସରକାର । ଏବେ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, କୋହିମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.