ETV Bharat / bharat

ୟୁପି ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ; ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନିଷ୍ପତିରେ ବାଜିବ ମୋହର

author img

By

Published : Jan 21, 2021, 1:04 PM IST

ଆଜି ଠାରୁ 2 ଦିନିଆ ୟୁପି ଗସ୍ତରେ ଯାଉଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ତେବେ ଲକ୍ଷ୍ମୌରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ନେଇ କରିବେ ଆଲୋଚନା । ଅଧିକ ପଢନ୍ତୁ...

ୟୁପି ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ; ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନିଷ୍ପତି ଉପରେ ବାଜିବ ମୋହର

ଲକ୍ଷ୍ମୌ: ଆଜି ଠାରୁ 2 ଦିନିଆ ୟୁପି ଗସ୍ତରେ ଯାଉଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ମଧ୍ୟାହ୍ନରେ ଲକ୍ଷ୍ମୌ ପହଞ୍ଚି ରାଜ୍ୟ ଅତିଥି ଭବନ ଯିବେ, ସେଠାରେ କିଛି ସମୟ ବିଶ୍ରାମ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ନଡ୍ଡା ଆଜି ଲକ୍ଷ୍ମୌରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୁଦ୍ଧିଜୀବିଙ୍କ ସହ ଆଲୋଚନା କରିବେ ।

ପରେ ଏକ ରୋଡଶୋରେ ଲକ୍ଷ୍ମୌ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ନଡ୍ଡାଙ୍କୁ ସ୍ବାଗତ କରିବା ସହ ସେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ । ପରେ ଦଳର ରାଜ୍ୟ ସଭାପତିଙ୍କ ସହ ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ କରିବେ ଆଲୋଚନା। କୁହାଯାଉଛି ଖୁବଶୀଘ୍ର ୟୁପି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ । ଯାହାକୁ ଆଜି ଚୂଡାନ୍ତ ରୂପ ମିଳିପାରେ । ଅନ୍ୟପଟେ ବିଜେପି ସଭାପତି ଆସନ୍ତାକାଲି କାନପୁର ଓ ଆବଦ୍ଧ ଜୋନର ଜିଲ୍ଲା ସଭାପତି ପଦାଧିକାରୀଙ୍କୁ ସମ୍ବୋଧିତ କରିବେ। ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.