ETV Bharat / bharat

"ମୋ ସ୍ତ୍ରୀ ନୁହେଁ ଜ୍ୟୋତି ମୌର୍ଯ୍ୟ" ଦମ୍ଭୋକ୍ତି ସହ ପତ୍ନୀଙ୍କୁ ଆଡମିଶନ କରାଉଛନ୍ତି ସ୍ବାମୀ

author img

By

Published : Jul 7, 2023, 6:41 AM IST

ଉତ୍ତରପ୍ରଦେଶରେ SDM ଜ୍ୟୋତି ମୌର୍ଯ୍ୟଙ୍କ ଖବର ଭାଇରାଲ ହେବା ପରେ ପ୍ରାୟ 150ଜଣ ମହିଳାଙ୍କ ସ୍ବାମୀ ତାଙ୍କ କୋଚିଂ ବନ୍ଦ କରି ଘରକୁ ଫେରାଇ ନେଇଥିଲେ । ହେଲେ ଏବେବି ବହୁ ସଂଖ୍ୟାରେ ବିବାହିତା ମହିଳାମାନେ UPSC କୋଚିଂ ସେଣ୍ଟରକୁ ଆସି ଆଡମିଶନ କରୁଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

ପୂ୍ର୍ବ ପରି ଜାରି ରହିଛି ପାଠପଢା
ପୂ୍ର୍ବ ପରି ଜାରି ରହିଛି ପାଠପଢା
ପୂ୍ର୍ବ ପରି ଜାରି ରହିଛି ପାଠପଢା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ SDM ଜ୍ୟୋତି ମୌର୍ଯ୍ୟଙ୍କ ଖବର ଭାଇରାଲ ହେବାପରେ ଏହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିବା ପ୍ରାୟ 150ଜଣ ମହିଳାଙ୍କ ସ୍ବାମୀ ତାଙ୍କ କୋଚିଂ ବନ୍ଦ କରି ଘରକୁ ଫେରାଇ ନେଇଥିଲେ। ଜ୍ୟୋତିଙ୍କ ପରି ନିଜ ପତ୍ନୀ ଯେମିତି ବିଶ୍ବାସ ଘାତକତା ନକରନ୍ତି ସେଥିପାଇଁ ଭୟଭୀତ ହୋଇପଡିଥିଲେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମହିଳାଙ୍କ ସ୍ବାମୀ। ହେଲେ ଏବେବି ବହୁ ସଂଖ୍ୟାରେ ବିବାହିତା ମହିଳାମାନେ UPSC କୋଚିଂ ସେଣ୍ଟରକୁ ଆସି ଆଡମିଶନ କରୁଥିବା ଜଣାପଡିଛି ।

ତେବେ ୟୁପି ବରେଲି ଅଞ୍ଚଳର ଜ୍ୟୋତି ମୌର୍ଯ୍ୟ ପିସିଏସ ଅଧିକାରୀଭାବେ ନିଯୁକ୍ତ ହୋଇଥିବାବେଳେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ଜ୍ୟୋତିଙ୍କ ପାଠପଢା ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରି ତାଙ୍କୁ ପ୍ରଶାସନିକ ଅଧିକାରୀ କରିଥିବା ସ୍ବାମୀ ଆଲୋକ ନିଜ ପତ୍ନୀଙ୍କ ନାଁରେ ବିଶ୍ବାସ ଘାତକତା କରିଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ଆଲୋକଙ୍କ ଅଭିଯୋଗ ଅନୁସାରେ, ସେ ଜଣେ ସଫେଇ କର୍ମଚାରୀ ହୋଇଥିବାବେଳେ ପତ୍ନୀଙ୍କ ପାଠପଢା ଲାଗି ବହୁ ଅର୍ଥ ଖର୍ଚ୍ଚ କରିଥିଲେ । ହେଲେ ଶେଷରେ ପତ୍ନୀ ପ୍ରଶାସନିକ ଅଧିକାରୀ ହେବାପରେ ୟୁପିର ଜଣେ ପିସିଏସ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Shocker from Australia: ପ୍ରେମ ପାଇଁ ପ୍ରତିଶୋଧ, ଭାରତୀୟ ଛାତ୍ରୀଙ୍କୁ ଜୀଅନ୍ତା ପୋତି ଦେଇଥିଲା ପୂର୍ବତନ ପ୍ରେମିକ

ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିବା ପ୍ରାୟ 150ଜଣ ମହିଳାଙ୍କ ସ୍ବାମୀ ତାଙ୍କ କୋଚିଂ ବନ୍ଦ କରାଇବା ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପ୍ରୟାଗରାଜରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍ । ସେଠାରେ ଥିବା କୋଚିଂ ସେଣ୍ଟରଗୁଡିକରେ ଆଶାୟୀମାନଙ୍କ ପ୍ରତିକ୍ରିୟା ନେବା ପରେ ସେମାନେ ବିନା ବାଧା ବିଘ୍ନରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଂ ନେଉଥିବା କହିଛନ୍ତି । ଏନେଇ ପ୍ରୟାଗରାଜ ସ୍ଥିତ ସାଗର ଏକାଡେମୀର ଦୁଇ ଦିନ ପୂର୍ବେ ଆଡମିଶନ କରିଥିବା ଜଣେ ଆଶାୟୀ ବିନା କୌଣସି ବାଧା ବିଘ୍ନରେ ଏଠାକୁ ପଢିବାକୁ ଆସିଥିବା କହିଛନ୍ତି ।

ତେବେ 'ଜ୍ୟୋତି ମୌର୍ଯ୍ୟ'ଙ୍କ ବିଶ୍ବାସ ଘାତକତା ଖବର ସେମାନଙ୍କ ଜୀବନଶୈଳୀ ଉପରେ କିମ୍ୱା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିନାହିଁ ବୋଲି ଛାତ୍ରୀମାନେ ପ୍ରକାଶ କରିଛନ୍ତି । ସେମାନଙ୍କ ସ୍ବାମୀ ମଧ୍ୟ ନିର୍ଦ୍ବନ୍ଦ୍ବରେ କୋଚିଂ ସେଣ୍ଟରରେ ଛାଡ଼ିଥିବା କହିଛନ୍ତି ମହିଳା । ଏହାସହ SDM ଜ୍ୟୋତି ମୌର୍ଯ୍ୟଙ୍କ ଖବର ଭାଇରାଲ ପରେ ମଧ୍ୟ ଅନେକ ସ୍ବାମୀ ତାଙ୍କ ପତ୍ନୀଙ୍କୁ କୋଚିଂ ସେଣ୍ଟରକୁ ଛାଡୁଥିବା କଥା କହିଛନ୍ତି ସାଗର ଏକାଡେମୀର କାର୍ଯ୍ୟକର୍ତ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.