ETV Bharat / bharat

ଦାଣ୍ତିଆ ନାଚିଲେ ହୁ ମୁଖ୍ୟ, ମୋ ବନ୍ଧୁ ‘ତୁଳସୀ ଭାଇ’ କହି ସମ୍ବୋଧନ କଲେ ମୋଦି

author img

By

Published : Aug 16, 2023, 9:07 PM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟଙ୍କୁ ଭାରତକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି । ହୁ ମୁଖ୍ୟଙ୍କ ଦାଣ୍ତିଆ ଡ୍ୟାନ୍ସର ପ୍ରଂଶସା କଲେ ମୋଦି । ଅଧିକ ପଢନ୍ତୁ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟଙ୍କୁ ଭାରତକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଗନ୍ଧୀନଗରରେ ପହଞ୍ଚିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଡ.ଟେଡ୍ରୋସ ଆଡାନୋମ ଗେବ୍ରେଏସ । ଜି20 ସମ୍ମିଳନୀ ଅଧୀନରେ ‘ହୁ’ ଏବଂ ଆୟୁଷ ମନ୍ତ୍ରାଣାଳୟ ଦ୍ବାରା ଆୟୋଜିତ ପାରମ୍ପରିକ ଚିକିତ୍ସା ପଦ୍ଧତି ସମ୍ପର୍କିତ ଶିଖର ସମ୍ମିଳନୀ 17 ରୁ 18 ଅଗଷ୍ଟ ପର୍ଯ୍ୟନ୍ତ ଗାନ୍ଧୀନଗରରେ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଦେଶ ବିଦେଶରୁ ବିଭିନ୍ନ ଅତିଥି ଗୁଜରାଟରେ ଆସି ପହଞ୍ଚିବାରେ ଲାଗିଛନ୍ତି । ‘ହୁ’ ମୁଖ୍ୟ ଟେଡ୍ରୋସ ଆଡାନୋମଙ୍କୁ ସ୍ବାଗତ ପାଇଁ ଗୁଜରାଟର ପାରମ୍ପରିକ ନୃତ୍ୟ ଦାଣ୍ତିଆ ପ୍ରଦର୍ଶନ କରାଯାଇଥିଲା ।

ଟେଡ୍ରୋସ ଆଡାନୋମ ଗେବ୍ରେଏସଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆୟୁଷ ମନ୍ତ୍ରାଳୟର ଏକ୍ସ ହ୍ୟାଣ୍ଡେଲ (ଟ୍ବିଟର)ରେ କରାଯାଇଥିବା ପୋଷ୍ଟକୁ ରିଟ୍ବିଟ୍ କରି ଲେଖିଛନ୍ତି, ‘‘ମୋର ଭଲ ବନ୍ଧୁ ‘ତୁଳସୀ ଭାଇ’ ନବରାତ୍ରୀ ପାଇଁ ସମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଭାରତକୁ ତୁମକୁ ସ୍ବାଗତ ।’’

ଆୟୁଷ ମନ୍ତ୍ରଣାଳୟର ଏକ୍ସରେ ଏକ ଭିଡିଓ ସେୟର କରାଯାଇଛି । ଏହି ଭିଡିଓରେ ‘ହୁ’ ମୁଖ୍ୟ ଟେଡ୍ରୋସ ଆଡାନୋମ ଏକ ଦାଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଦାଣ୍ତିଆ ଡ୍ୟାନ୍ସ କରିଛନ୍ତି । ଏହି ଦାଣ୍ତିଆ ଡ୍ୟାନ୍ସ ଗୁଜରାଟର ଏକ ପାରମ୍ପରିକ ନୃତ୍ୟ । ଏହି ନୃତ୍ୟ ଖାସ କରି ନବରାତ୍ରୀ ଦିନରେ ଗୁଜରାଟୀ ଲୋକେ ପ୍ରଦର୍ଶନ କରିଥାନ୍ତି । ଆୟୁଷ ମନ୍ତ୍ରଣାଳୟ ଭିଡିଓ ସେୟାର କରି ଲେଖିଛି ଯେ,“ସଂଗୀତ ଏବଂ ନୃତ୍ୟ ସହିତ ପ୍ରକୃତ ଭାରତୀୟ ପରମ୍ପରାରେ ଆମର ବିଶେଷ ଅତିଥିମାନଙ୍କୁ ଏକ ସ୍ମରଣୀୟ ସ୍ୱାଗତ କରୁଛୁ ।’’

ଅଧିକ ପଢନ୍ତୁ: ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର ହୋଇପାରିବ ନାହିଁ ଋଢିବାଦୀ ଶବ୍ଦ, ‘ହ୍ୟାଣ୍ଡବୁକ’ ଉନ୍ମୋଚିତ

‘ହୁ’ ମୁଖ୍ୟଙ୍କ ‘ତୁଳସୀ ଭାଇ’ ନାମ ପଛର କାହାଣୀ: ‘ତୁଳସୀ ଭାଇ' ହେଉଛି ଗୁଜୁରାଟୀ ନାମ, ଯାହାକି ପିଏମ ମୋଦୀ ‘ହୁ’ ମୁଖ୍ୟଙ୍କୁ ଦେଇଛନ୍ତି । ଗତବର୍ଷ ଗ୍ଲୋବାଲ ଆୟୁଷ ସମ୍ମିଳନୀରେ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଏହି ନାଁ ହୁ ମୁଖ୍ୟଙ୍କୁ ପ୍ରଦାନ କରିଛନ୍ତି । ପିଏମ ମୋଦି କହିଥିଲେ, ‘‘ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ । ଟେଡ୍ରୋସ ମୋତେ ସବୁବେଳେ କହିଥିଲେ ଯେ ଭାରତୀୟ ଶିକ୍ଷକମାନେ ତାଙ୍କୁ ଶିକ୍ଷାଦାନ କରିଛନ୍ତି । ତେଣୁ ସେ ଭାରତୀଙ୍କୁ ବେଶ ପସନ୍ଦ କରନ୍ତି । ତେଣୁ ଭାରତୀୟ ନାଁରେ ତାଙ୍କୁ ସମ୍ବୋଧିତ କରିବା ପାଇଁ । ଏହା ପରେ ସେ ତାଙ୍କୁ ତୁଳସୀ ଭାଇ କହି ସମ୍ବୋଧିତ କରିଥିଲେ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.