ETV Bharat / bharat

ବିଜେପିକୁ ସମର୍ଥନ ପଡିଲା ମହଙ୍ଗା, ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା

author img

By

Published : Mar 28, 2022, 3:03 PM IST

ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ରାମକୋଲାରେ ଅଭାବନୀୟ ଘଟଣା । ଭାଜପା ସମର୍ଥକ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ରାଜ୍ୟରେ ବିଜେପିର ସଫଳତାରେ ଖୁସି ହୋଇ ମିଠା ବାଣ୍ଟିବା ଯୁବକ ଜଣଙ୍କୁ ମହଙ୍ଗା ପଡିଲା । ଅଧିକ ପଢନ୍ତୁ

ବିଜେପିକୁ ସମର୍ଥନ ପଡିଲା ମହଙ୍ଗା
ବିଜେପିକୁ ସମର୍ଥନ ପଡିଲା ମହଙ୍ଗା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ରାମକୋଲାରେ ଅଭାବନୀୟ ଘଟଣା । ଭାଜପା ସମର୍ଥକ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ରାଜ୍ୟରେ ବିଜେପିର ସଫଳତାରେ ଖୁସି ହୋଇ ମିଠା ବାଣ୍ଟିବା ଯୁବକ ଜଣଙ୍କୁ ମହଙ୍ଗା ପଡିଲା । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ କହିଛନ୍ତି ସିଏମ ଯୋଗୀ ।

ମୃତକ ଜଣକ ହେଲେ ବାବର । ତାଙ୍କ ପରିବାରର କହିବା ଅନୁସାରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବାବର ଭାଜପା ପାଇଁ ପ୍ରଚାର କରୁଥିଲେ । ଏ ନେଇ ତାଙ୍କ ପଡୋଶୀ ରାଗରେ ଗର ଗର ହେଉଥିଲେ । ଅନେକ ଥର ବାବରଙ୍କୁ ପ୍ରଚାର ନ କରିବାକୁ କହିଥିଲେ । ଏପରି ନ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ବାବର ରାମକୋଲା ଥାନାରେ ଅଭିଯୋଗ କରିଥିଲେ । କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଦୁର୍ବୃତ୍ତଙ୍କ ସାହାସ ବଢିଥିଲା । ୨୦ ମାର୍ଚ୍ଚରେ ଦୋକାନରୁ ଫେରୁଥିବାବେଳେ ବାବର ଜୟ ଶ୍ରୀରାମ ନାରା ଲଗାଇଥିଲେ ତ ଆଜିମୁଲ୍ଲାହ, ଆରିଫ, ତାହିଦ୍, ପରବେଜ କ୍ରୋଧିତ ହୋଇ ବାବର ଉପରେ ଆକ୍ରମଣ କରିଥିଲେ।

ସମ୍ପର୍କୀୟ ଆହୁରି କହିଛନ୍ତି କି, ଘଟଣାରେ କେତେକ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ବାବରଙ୍କୁ ଅତି ନିର୍ମମ ଭାବରେ ମାଡ ମରାଯାଇଥିଲା । ଜୀବନ ବଞ୍ଚାଇ ବାବର ସେଠୁ ଖସି ଯାଇଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ବିଧାୟକ ପିଏନ୍ ପାଠକ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ହେଇଛନ୍ତି । ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଅଭିଯୁକ୍ତକୁ କୌଣସି ମତେ ଛଡା ଯିବ ନାହିଁ ବୋଲି କହିଛନ୍ତି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.