ETV Bharat / bharat

ହରିୟାଣାରେ ଦୁଇ ମୁସଲିମ ଯୁବକଙ୍କ ମୃତ୍ୟୁ ମାମଲା: ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ

author img

By

Published : Feb 19, 2023, 7:26 AM IST

ହରିୟାଣାରେ ଦୁଇ ମୁସଲିମ ଯୁବକ ମୃତ୍ୟୁ ଘଟଣାରେ ଗୋରକ୍ଷକ ଦଳର ସମ୍ପୃକ୍ତି ଅଭିଯୋଗ । ଆକ୍ରମଣରୁ ମୃତ୍ୟୁ ହେବା ପରେ ମୃତଦେହ ପୋଡି ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ହରିୟାଣାରେ ଦୁଇ ମୁସଲିମ ଯୁବକ ମୃତ
ହରିୟାଣାରେ ଦୁଇ ମୁସଲିମ ଯୁବକ ମୃତ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ହରିୟାଣାରେ ଗାଡିରେ ପୋଡି ହୋଇ ପ୍ରାଣ ହରାଇଥିବା ରାଜସ୍ଥାନର ଦୁଇଜଣ ମୁସଲମାନ ଯୁବକଙ୍କ ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଉଭୟଙ୍କୁ ଥାନାକୁ ଜୀବିତ ଆଣିଥିଲେ ଆକ୍ରମଣକାରୀ । ଗୋରୁ ଚାଲାଣ ମାମଲା ଅଭିଯୋଗରେ ଉଭୟ ଯୁବକଙ୍କୁ କିଛି ଯୁବକ ମାଡ ମାରି ଥାନାରେ ଜିମା ଦେବା ପାଇଁ ଆଣିଥିଲେ । ପୋଲିସ ଦୁଇ ଯୁବକଙ୍କୁ ଆହତ ଅବସ୍ଥାରେ ଦେଖି ମାମଲା ରୁଜୁ ନକରି ସେମାନଙ୍କୁ ଛାଡି ଦେଇଥିଲା । ହେଲେ ପରେ ଆଘାତ କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟା ମାମଲାରେ ଫସିବାରୁ ବର୍ତ୍ତିବା ପାଇଁ ଉଭୟ ମୃତଦେହକୁ ଏକ ଗାଡିରେ ପୋଡି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି ।

ରାଜସ୍ଥାନ ପୋଲିସ ସୂତ୍ରରୁ ସୂଚନା ଅନୁଯାୟୀ, 25 ବର୍ଷୀୟ ନାସିର ଏବଂ 35 ବର୍ଷୀୟ ଜୁନାଦଙ୍କୁ ବୁଧବାର ରାତିରେ ହରିୟାଣାର ନହରରେ ଚାରି ଜଣ ଅଭିଯୁକ୍ତ ଗୋରୁ ଚୋରା ଚାଲାଣ ଅଭିଯୋଗରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିଲେ । ଅଭିଯୁକ୍ତ ଚାହୁଁଥିଲେ ପୋଲିସ ସେମାନଙ୍କୁ ଗିରଫ କରୁ । ହେଲେ ପୋଲିସ ସେପରି କରିନଥିଲା । ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଟ୍ୟାକ୍ସି ଡ୍ରାଇଭର ତଥା ଗୋରକ୍ଷକ ଟିମର ସଦସ୍ୟ କୁହାଯାଉଥିବା ଭିଜିଲାନ୍ସ ଗୋଷ୍ଠୀର ସଦସ୍ୟ କୁହାଯାଉଥିବା ରିଙ୍କୁ ସାଇନିକୁ ପୋଲିସ ଗିରଫ କରିଥିଲା । ଏକଥା ଅଭିଯୁକ୍ତ ସ୍ବୀକାର କରିଛି ।

କିଛି ସମୟ ପରେ ଜୁନାଦ ଏବଂ ନାସିରଙ୍କ ଆଘାତରେ ମୃତ୍ୟୁ ହୋଇଥିଲା । ସୂଚନାନୁସାରେ, ଆକ୍ରମଣ କରିଥିବା ଗୋସୁରକ୍ଷା ଗୋଷ୍ଠୀର ସହକର୍ମୀମାନେ ବୋଲେରୋ ଏସୟୁଭି ସମେତ ମୃତଦେହକୁ 200 କିଲୋମିଟର ଦୂରରେ ଥିବା ଭିବାନୀକୁ ନେବାକୁ ସ୍ଥିର କଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗାଡି ସହିତ ଉଭୟ ମୃତଦେହକୁ ପେଟ୍ରୋଲ ବ୍ୟବହାର କରାଯାଇ ଗୁରୁବାର ସକାଳେ ନିଆଁ ଲାଗିଯାଇଥିଲା । ଏପରି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହାକୁ ହରିୟାଣା ପୋଲିସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.