ଭୋପାଳ: ପ୍ରେମ ଶାଶ୍ବତ, ଚିରନ୍ତନ । ଭଲପାଇବାରେ ନଥାଏ ବାଡ଼ବତା । ପ୍ରେମରେ ନଥାଏ ଜାତି ଧର୍ମ । ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ମହିଳାଙ୍କ ପ୍ରେମରେ ପଡ଼ି ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି । ମଧ୍ୟପ୍ରଦେଶର ମାଣ୍ଡସୌର ଜିଲ୍ଲାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ।
ମୁସଲମାନ ଯୁବକ ଜଣକ ହେଉଛନ୍ତି ଅଫସର ମନସୁରୀ । 5 ବର୍ଷ ପୂର୍ବେ ରାଧା ନାମକ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏବଂ ଜୀବନ ସାଥି ରୂପେ ତାଙ୍କ ହାତ ଧରିଥିଲେ । ରାଧାଙ୍କୁ ବିବାହ କରିବା ପରେ ମନସୁରୀ ପରିବାରଠାରୁ ଦୂରରେ ରହି ହିନ୍ଦୁ ରୀତିନୀତି ପାଳନ କରିଆସୁଥିଲେ । 5 ବର୍ଷ ପରେ ମୁସଲମାନ ଧର୍ମ ପରିବର୍ତ୍ତନ କରି ସନାତନ ଧର୍ମ ଗ୍ରହଣ କରିଛନ୍ତି । ଧର୍ମ ପରିବର୍ତ୍ତନ ପାଇଁ ସେ ଗାୟତ୍ରୀ ମନ୍ଦିର ଯାଇଥିଲେ । ବୈଦିକ ରୀତିନୀତିରେ ନିଜ ଧର୍ମକୁ ପରିବର୍ତ୍ତନ କରିଛନ୍ତି । ଏବେ ସେ କୃଷ୍ଣ ସନାତନରେ ପରିଣତ ହୋଇଛନ୍ତି । ଏଥିସହ ପୁନଃ ମନ୍ଦିରରେ ବୈଦିକ ରୀତିନୀତିରେ ତାଙ୍କ ପତ୍ନୀଙ୍କୁ ବିବାହ କରିଛନ୍ତି । ତେବେ ମନସୁରୀଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଂଶସା କରାଯାଉଛି ।