ETV Bharat / bharat

ଭକ୍ତି ପାଇଁ ଲୋଡା ଆସ୍ଥା, ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କଲେ ମୁସଲିମ ପରିବାର - ଆଲିଗଡ଼ର ମୁସଲିମ ପରିବାର

ଉତ୍ତରପ୍ରଦେଶ ଅଲିଗଡର ଜଣେ ମୁସଲିମ ପରିବାର ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରି ପୂଜା କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଘରେ ଗଣନାଥଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କଲେ ମୁସଲିମ ସମ୍ପ୍ରଦାୟ

author img

By

Published : Sep 2, 2022, 9:32 AM IST

ଲକ୍ଷ୍ନୌ: ଧରାପୃଷ୍ଠକୁ ଆବାହନ କରିଛନ୍ତି ଗଣନାଥ । ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ପାର୍ବତୀ ନନ୍ଦନଙ୍କ ଆଗମନରେ ସବୁଠି ଉତ୍ସବର ମାହୋଲ । ଭକ୍ତି ଓ ବିଶ୍ବାସରେ ଭଗବାନଙ୍କୁ ପୂଜା ପାଇଁ କୌଣସି ଜାତି ଧର୍ମର ଆବଶ୍ୟକ ନଥାଏ । ସେମିତି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡରେ । କିଛି ଲୋକ ଧର୍ମକୁ ନେଇ ପରସ୍ପର ଭିତରେ ଲଢେଇ କରୁଥିବାବେଳେ କିଛି ଲୋକ ସବୁ ଧର୍ମକୁ ସମ୍ମାନ ମଧ୍ୟ କରନ୍ତି । ଅଲିଗଡର ଜଣେ ମୁସଲିମ ସମ୍ପ୍ରଦାୟ ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରି ପୂଜା କରୁଥିବା ଦେଖିବାକୁ ମିଳିଛି । ସାତ ଦିନ ପାଇଁ ତାଙ୍କ ଘରେ ଗଣନାଥଙ୍କୁ ସ୍ଥାପନା କରାଯାଇ ପୂଜା କରାଯିବ । ମୁସଲିମ ପରିବାରଙ୍କ ଏ କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇଛି ।

ଘରେ ଗଣନାଥଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କଲେ ମୁସଲିମ ସମ୍ପ୍ରଦାୟ

ଅଲିଗଡ ଥାନା ଦେହଲି ଗେଟ ଅଞ୍ଚଳରେ ରହୁଥିବା ବିଜେପି ମହିଳା ମୋର୍ଚ୍ଚାର ଜୟଗଞ୍ଜ ମଣ୍ଡଳ ଉପାଧକ୍ଷ୍ଯା ରୁବି ଆସିଫ ଖାନ ଓ ତାଙ୍କ ସ୍ବାମୀ ଆସିଫ ଭଗବାନ ଗଣେଶଙ୍କୁ ବଜାରରୁ କିଣି ଆଣିଛନ୍ତି । ବିଧିବିଧାନ ଅନୁସାରେ ଗଣେଶଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଛନ୍ତି । ରୁବି ଆସିଫ ଗଣେଶ ବନ୍ଦନା ମଧ୍ୟ ଗାଉଥିବା ଦେଖିବାକୁ ମିଳିିଛି । 7 ଦିନ ଧରି ମୁସଲିମ ପରିବାରଙ୍କ ଘରେ ପୂଜା ପାଇବେ ଗଜାନନ। ଅଷ୍ଟମ ଦିନ ବସର୍ଜନ ହେବେ ଲମ୍ବୋଦର । ରୁବି ଆସିଫ କହିଛନ୍ତି କୌଣସି ଜାତି, ଧର୍ମରେ କିଛି ଭେଦଭାବ ନାହିଁ । ସେ ସବୁ ଧର୍ମର ପର୍ବ ପାଳନ କରନ୍ତି ବୋଲି କହିଛନ୍ତି । ମୋତେ ଏ ସବୁ କରି ବହୁତ ଆନନ୍ଦ ମିଳେ ବୋଲି କହିଛନ୍ତି ରୁବି ।

ଏହା ବି ପଢନ୍ତୁ...Fingerprint surgery Gang Busted: ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ

ରୁବି ଆସିଫ ଖାନଙ୍କ ସ୍ବାମୀ ଆସିଫ କହିଛନ୍ତି, ''ତାଙ୍କ ପତ୍ନୀ ରୁବି ଅନେକ ଦିନ ହେବ ହିନ୍ଦୁ ଧର୍ମର ସବୁ ପୂଜା ପାର୍ବଣ ପାଳନ କରି ଆସୁଛନ୍ତି । ବର୍ତ୍ତମାନ ଗଣେଶ ଚତୁର୍ଥୀର ପର୍ବ ଚାଲିଛି ତେଣୁ ସେ ତାଙ୍କ ଘରେ 7 ଦିନ ଯାଏଁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି ।'' ହିନ୍ଦୁ ମୁସଲିମ ଏକାଠି ହୋଇ ସବୁ ପର୍ବ ପାଳନ କରନ୍ତୁ । କୌଣସି ଜାତି ଧର୍ମ ଭିତରେ ଭେଦ ଭାବ ନାହିଁ । ଏହା ଆମ ମନର ଆସ୍ଥା ବୋଲି କହିଛନ୍ତି ରୁବିଙ୍କ ସ୍ବାମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.