ETV Bharat / bharat

ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା

ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ । ଅଧିକ ପଢନ୍ତୁ

ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା
ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା
author img

By

Published : Aug 9, 2023, 7:55 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଆସିଛି ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ପରି ସଙ୍ଗୀନ ଅଭିଯୋଗ । ଏକ ଶୋଭାଯାତ୍ରାରେ ନାଇଡୁଙ୍କ ଉତ୍ତେଜିତ ମନ୍ତବ୍ୟ ପରେ ତାଙ୍କର ଦଳୀୟ କର୍ମୀଙ୍କ ଦ୍ବାରା ହିଂସାକାଣ୍ଡ ହୋଇଥିବା ଶାସକ ଦଳର ଜଣେ ନେତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ମଧ୍ୟ ପୋଲିସ ରୁଜୁ କରିଛି । ଆନ୍ଧ୍ରର ଥମ୍ବଲାପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ରବାବୁଙ୍କ ସମେତ ମୋଟ 20 ଜଣ ଟିଡିପି ନେତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଏହି ମାମଲାରେ ଚନ୍ଦ୍ରବାବୁଙ୍କ ସମେତ ଦଳୀୟ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବିନେନି ଉମା, ଅମରନାଥ ରେଡ୍ଡୀ, MLC ରଙ୍ଗପାଲ ରେଡ୍ଡୀ ଏବଂ ନାଲାରୀ କିଶୋର କୁମାର ପ୍ରମୁଖ ନେତାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ଏମାନଙ୍କ ବ୍ୟତୀତ ଟିଡିପି ନେତା ଦାମଲପତି ରମେଶ, ରେଡ୍ଡେପାଗାରୀ ଶ୍ରୀନିବାସ ରେଡ୍ଡୀ, ଗନ୍ତା ନରହରି, ଶ୍ରୀରାମ ଚିନାବାବୁ, ପୁଲୱାର୍ଥୀ ନନି ଏବଂ ଅନ୍ୟମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ।

ଶାସକ ଦଳ YSRCPର ନେତା ଉମାପତି ରେଡ୍ଡୀ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ଏତଲା ଅନୁସାରେ, ଏହି ନେତାମାନେ ଚଳିତମାସ 4 ତାରିଖରେ ଅନଗାଲ୍ଲୁ ଜିଲ୍ଲାରେ ଟିଡିପି ପକ୍ଷରୁ ଆୟୋଜିତ ଏକ ରୋଡ ସୋ'ରେ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅଂଶଗ୍ରହଣ କରିଥିଲେ । ଏଥିରେ ନାଇଡୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ପରେ ହିଂସା ଦେଖାଯାଇଥିଲା । କିଛି ଟିଡିପି ନେତା ଓ କର୍ମୀ ମାରଣାସ୍ତ୍ର ସହ ହିଂସା ସୃଷ୍ଟି କରିବା ସହ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହିଂସକ ସଂଘର୍ଷ ଦେଖାଯାଇଥିଲା । ଚନ୍ଦ୍ରବାବୁଙ୍କ ଦଳୀୟ କାର୍ଯ୍ୟକର୍ତ୍ତା ମାରଣାସ୍ତ୍ରରେ ଲୋକଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ରାଜନୀତିରେ ପାଦ ଦେବେ ରାୟୁଡୁ ! ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା

ଏଥିରେ ଆନ୍ନାମାୟା ମୁଦିଭୋଦୁ ପୋଲିସ ଓ ଚିତ୍ତୋର ଜିଲ୍ଲାର ମାମଲା ରୁଜୁ କରିଛି । ଘଟଣା ପରେ ଏକାଧିକ ଟିଡିପି ଓ ଓ୍ବାଏସ୍‌ଆର୍‌ପି କର୍ମୀଙ୍କୁ ପୋଲିସ ଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରିଥିଲା । ଏବେ ଟିଡିପିର ମୁଖ୍ୟ ଚନ୍ଦ୍ରବାବୁଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.