ETV Bharat / bharat

ଧିରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

author img

By

Published : Jan 11, 2023, 11:43 AM IST

ମୁମ୍ବାଇର ଧିରୁଭାଇ ଅମ୍ବାନୀ ସ୍କୁଲକୁ ଏକ ଅଜଣା ନମ୍ବରରୁ ଧମକ ମିଳିଛି । ସ୍କୁଲକୁ ବୋମାରେ ଉଡାଇଦେବା ପାଇଁ ଧମକ ଦିଆଯାଇଥିବା ସୂଚନା । ଅଧିକ ପଢନ୍ତୁ

threat call
threat call

ମୁମ୍ବାଇ: ଅନେକ ସମୟରେ ଅମ୍ବାନୀ ପରିବାରକୁ ହତ୍ୟା ଧମକ ମିଳୁଛି । ଏବେ ମୁମ୍ବାଇର ଧିରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ କଲ୍ (Mumbai's Dhirubhai Ambani School Gets Bomb Threat Call)। ଗତକାଲି(ମଙ୍ଗଳବାର) ଅପରାହ୍ନ ସମୟରେ ଏହି କଲ୍ ଆସିଥିବା ସୂଚନା ମିଳିଛି ।

ମୁମ୍ବାଇ ପୋଲିସର (Mumbai Police) କହିବା ଅନୁସାରେ, "ମଙ୍ଗଳବାର ଅପରାହ୍ନ ୪.୩୦ ମିନିଟରେ ଧିରୁଭାଇ ଅମ୍ବାନୀ ସ୍କୁଲର(Dhirubhai Ambani School) ଲ୍ୟାଣ୍ଡଲାଇନ ଫୋନକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଏହାପରେ ଜଣେ କର୍ମଚାରୀ ଫୋନ ଉଠାଇବା ପରେ ସ୍କୁଲରେ ଟାଇମ ବମ୍ ଲଗାଯାଇଥିବା କଲ୍ କରିଥିବା ଅଜ୍ଞାତ ବ୍ୟକ୍ତି ଜଣକ କହିଥିଲା । ଏହାପରେ ସେ ଫୋନ କାଟି ଦେଇଥିଲା । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । "

ଏହା ମଧ୍ୟ ପଢନ୍ତୁ: ବାରଣାସୀରେ MV ଗଙ୍ଗା ବିଳାସ, ଶୁକ୍ରବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିକେସି ଥାନାରେ ଅଭିଯୋଗ ହୋଇଛି । ଆଇପିସି ଧାରା ୫୦୫(୧)(B) ଏବଂ ୫୦୬ ଅନୁଯାୟୀ ମାମଲା ଦାୟର କରିଛି ବିକେସି ପୋଲିସ । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଖୋଜି ବାହାର କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆମ୍ବାନୀ ପରିବାରକୁ ହତ୍ୟା ଧମକ

ପ୍ରକାଶଥାଉକି, ଗତ ଅକ୍ଟୋବର ମାସରେ ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ (HN Reliance Foundation Hospital) ବୋମାରେ ଉଡାଇଦେବା ପାଇଁ ଧମକ ଦିଆଯାଇଥିଲା । ଏହାସହ ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଏବଂ ତାଙ୍କ ଦୁଇ ପୁଅ ଆକାଶ ଅମ୍ୱାନୀ ଏବଂ ଅନନ୍ତ ଅମ୍ୱାନୀଙ୍କୁ ଜୀବନରୁ ମାରିବାକୁ ଧମକ ଦିଆଯାଇଥିଲା । ତେବେ ଏହି ଘଟଣାରେ ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିଲା ଡିବି ମାର୍ଗ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.