ETV Bharat / bharat

ଆଣ୍ଟିଲିଆ ମାମଲା: ମୁମ୍ବାଇ ପୋଲିସ ଅଧିକାରୀଙ୍କୁ 25 ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା NIA

author img

By

Published : Mar 14, 2021, 6:45 PM IST

ଆଣ୍ଟିଲିଆ ପାଖରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । 25 ମାର୍ଚ୍ଚ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ରହିବେ ସଚିନ । ଅଧିକ ପଢନ୍ତୁ...

ଆଣ୍ଟିଲିଆ ମାମଲା: ମୁମ୍ବାଇ ପୋଲିସ ଅଧିକାରୀଙ୍କୁ 25 ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା NIA
ଆଣ୍ଟିଲିଆ ମାମଲା: ମୁମ୍ବାଇ ପୋଲିସ ଅଧିକାରୀଙ୍କୁ 25 ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା NIA

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ପାଖରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । 25 ମାର୍ଚ୍ଚ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ରହିବେ ସଚିନ । ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶନିବାର ସଚିନ ୱାଜେଙ୍କୁ ଗିରଫ କରିଥିଲା ଏନଆଇଏ ।

ଅଦାଲତଙ୍କ ପାଖରୁ 14 ଦିନର ରିମାଣ୍ଡ ମାଗିଥିଲା ଏନଆଇଏ । ଏହାପରେ ସଚିନ ୱାଜେଙ୍କୁ 14 ଦିନ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ମାମଲାରେ ବଡ ଷଡଯନ୍ତ୍ର କରାଯାଇଥିବା ନେଇ କୋର୍ଟଙ୍କୁ କହିଛି ଏନଆଇଏ । ଏଥିରେ ଅନେକ ଲୋକଙ୍କ ସାମିଲ ହେବାର ଆଶଙ୍କା ରହିଛି ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଶନିବାର ସଚିନଙ୍କୁ କରିଥିଲା ଗିରଫ । ଶନିବାର ଦୀର୍ଘ 12 ଘଣ୍ଟା କାଳ ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ଗିରଫ କରି ରବିବାର କୋର୍ଟରେ ହାଜର କରିଥିଲା ।

ସଚିନଙ୍କ ବିରୋଧରେ ଧାରା 286, 465, 437, 506(2), 120 ମାମଲା ରୁଜୁ କରାଯାଇଛି । ଜାଲିଆତି, ବିସ୍ଫୋରକ ସାମଗ୍ରୀ ବ୍ୟବହାର, ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ । ଏହା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ । ସଚିନଙ୍କୁ ଜେରା କରିବା ଆବଶ୍ୟକ କହି କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ ।

କେବଳ ଗାଡି ଜବତ ମାମଲାରେ ଯାଞ୍ଚ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷେ ଗାଡିର ମାଲିକ ମନସୁଖ ହିରେନର ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ତ୍ରୀଙ୍କ ବୟାନ ଓ ଦାଏର ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଏବେ ବି ମହାରାଷ୍ଟ୍ର ଏଟିଏସ ପାଖରେ ରହିଛି ।

ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରୁ ମିଳିଥିବା ବିସ୍ଫୋରକ ଜିଲେଟିନ ଭର୍ତ୍ତି ସ୍କର୍ପିଓ ଗାଡି ମାଲିକର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡି ଡ୍ରାଇଭର ତଥା ଏହାର ମାଲିକ ଆତ୍ମହତ୍ୟା କରିଥିଲେ । ହେଲେ ପରେ ତାଙ୍କ ସ୍ତ୍ରୀଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । କଲୱା ଅଞ୍ଚଳରୁ ଗାଡି ମାଲିକର ମୃତଦେହ ମିଳିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଅମ୍ବାନୀଙ୍କ ବହୁମହଲା ବାସଭବନ ଆଣ୍ଟିଲିଆ ନିକଟରୁ 25 ଫେବୃଆରୀ ସଂଧ୍ୟାରେ ମିଳିଥିଲା 2.5 କିଲୋର ଜିଲେଟିନ ବିସ୍ଫୋରକ । ଏକ ସନ୍ଦିଗ୍ଧ ଗାଡିରେ ରହିଥିଲା ଏହି ଜିଲେଟିନ । ଗାଡିରେ ଏକ ଚିଠି ମଧ୍ୟ ମିଳିଥିବା କୁହାଯାଇଥିଲା, ଯେଉଁଥିରେ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା ବିଷୟରେ ଉଲ୍ଲେଖ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.