ETV Bharat / bharat

ଆଣ୍ଟିଲିଆ ସାମ୍ନାରେ ବୁଲୁଥିବା ଜଣେ ସନ୍ଦିଗ୍ଧକୁ ବାନ୍ଧିଲା ପୋଲିସ

author img

By

Published : Nov 9, 2021, 11:53 AM IST

Updated : Nov 9, 2021, 2:43 PM IST

ଆଣ୍ଟିଲିଆ ମାମଲାରେ ଗୁଜୁରାଟର ଜଣେ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କଲା ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ...

ଆଣ୍ଟିଲିଆ ସାମ୍ନାରେ ବୁଲୁଥିବା ଜଣେ ସନ୍ଦିଗ୍ଧକୁ ବାନ୍ଧିଲା ପୋଲିସ
ଆଣ୍ଟିଲିଆ ସାମ୍ନାରେ ବୁଲୁଥିବା ଜଣେ ସନ୍ଦିଗ୍ଧକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ଉକ୍ତ ବ୍ୟକ୍ତି ଜଣକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ପରିସରରେ ବୁଲୁଥିଲା । ନାଭି ମୁମ୍ବାଇରୁ ବ୍ୟକ୍ତି ଜଣଙ୍କୁ ପୋଲିସ ଉଠାଇ ଆଣି ନିଜ ହେପାଜତରେ ରଖିଛି ।

ପୋଲିସର ସୂଚନା ଅନୁଯାୟୀ, ଉକ୍ତ ଲୋକଟି ଗୁଜୁରାଟର ଏକ ଟ୍ୟାକ୍ସି ଡ୍ରାଇଭର ଏବଂ ସେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନର ଗୋଟିଏ ଝଲକ ଦେଖିବାକୁ ସେଠାକୁ ଯାଇଥିବା ଦାବି କରିଛି । ତେବେ ତା' ନିକଟରୁ ଏ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ ।

ସୋମବାର ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ପରିସରରେ ଦୁଇ ଜଣ ଅଜଣା ବ୍ୟକ୍ତି ବୁଲାବୁଲି କରିଥିଲେ । ଯାହାପରେ ବାସଭବନ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ଫେବୃୟାରୀ ୨୫ ତାରିଖରେ ଆଣ୍ଟିଲିଆ ବାହାରେ ଏକ ପରିତ୍ୟକ୍ତ ସ୍କର୍ପିଓ ରହିଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ଖବର ପାଇ ପୋଲିସ ଗାଡିର ତଲାସି କରିବା ପରେ ସେଥିରୁ ଜିଲୋଟିନ୍ ଷ୍ଟିକ୍ସ ଏବଂ ଧମକପୂର୍ଣ୍ଣ ନୋଟ ଜବତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2021, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.