ETV Bharat / bharat

Loudspeaker Row: ମହାରାଷ୍ଟ୍ରର 803 ମସଜିଦରେ ଲାଉଡସ୍ପିକର ଲଗାଇବାକୁ ଅନୁମତି - ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ

ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ(Loudspeaker Row) । 1114ଟି ମସଜିଦ ମଧ୍ୟରୁ 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

Loudspeaker Row: ମହାରାଷ୍ଟ୍ରରେ 803 ମସଜିଦରେ ଲାଗିବ ଲାଉଡସ୍ପିକର

author img

By

Published : May 4, 2022, 10:55 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ(Loudspeaker Row) । 1114ଟି ମସଜିଦ ମଧ୍ୟରୁ 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ । ବାକି ମସଜିଦକୁ ଖୁବଶିଘ୍ର ଅନୁମତି ଦିଆଯିବ । ସମସ୍ତ ମସଜିଦକୁ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଅନୁମତି ଦିଆଯାଇଛି ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଲାଉଡସ୍ପିକରକୁ ନେଇ ଲାଗୁ କରାଯାଇଥିବା ଗାଇଡଲାଇନକୁ ସାରା ରାଜ୍ୟରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସର ଅନୁମତି ନେବା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର କରାଯାଇ ପାରିବ । ଲାଉଡସ୍ପିକର ବ୍ୟବହାର କରିବା ପାଇଁ ପୋଲିସ ଅନୁମତି, ସୁପ୍ରିମକୋର୍ଟର ଆଦେଶ ପାଳନ କରିବା ସହିତ ମହାରାଷ୍ଟ୍ର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାପାଇଁ ମଧ୍ୟ କୁହାଯାଇଛି । ଯହି ଆଇନ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ମୁମ୍ବାଇ ପୋଲିସ ।

ସୂଚନା ଅନୁସାରେ,ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ(MNS chief Raj Thackeray ) କହିଥିଲେଯେ, ଯଦି ମହାରାଷ୍ଟ୍ର ସରକାର ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାଇବାରେ ବିଫଳ ହେଲେ । ତାହେଲେ ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନେ ନମାଜ ପଢ଼ିବା ସମୟରେ ମସଜିଦ ଆଗରେ ବଡ଼ ବଡ଼ ସ୍ପିକର ଲଗାଇ ହନୁମାନ ଚାଳିଶା ସହିତ ଭଜନ ବଜାଇବେ । ତେବେ ଆଜି ଏହି ଅବଧି ଶେଷ ହେବାକୁ ଯାଉଥିବାରୁ ମୁମ୍ବାଇ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅନେକ କାର୍ଯ୍ୟାଳୟର ଅଧିକାରୀଙ୍କୁ 149ଟି ନୋଟିସ ଜାରି କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.