ETV Bharat / bharat

15ରୁ ମୁମ୍ବାଇରେ ଗଡିବ ଲୋକାଲ ଟ୍ରେନ, ଦୁଇ ଡୋଜ ଟିକା ନେଇଥିଲେ କରିପାରିବେ ଯାତ୍ରା

author img

By

Published : Aug 9, 2021, 7:21 AM IST

ମୁମ୍ବାଇରେ ପୁନଃଆରମ୍ଭ ହେବ ଲୋକାଲ ଟ୍ରେନ ସେବା । ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି । ଯାତ୍ରା ପାଇଁ ନେବାକୁ ହେବ ୨ୟ ଡୋଜ ଟିକା । ଅଧିକ ପଢନ୍ତୁ...

୧୫ ଅଗଷ୍ଟରୁ ମୁମ୍ବାଇରେ ଗଡିବ ଲୋକାଲ ଟ୍ରେନ, ୨ୟ ଡୋଜ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା

ମୁମ୍ବାଇ: ମୁମ୍ବାଇରେ ପୁନଃ ଆରମ୍ଭ ହେବ ଲୋକାଲ ଟ୍ରେନ ସେବା । ୧୫ ଅଗଷ୍ଟରୁ ଏହି ସେବାକୁ ପୁନଃ ଆରମ୍ଭ କରାଯିବାକୁ ମହାରାଷ୍ଟ୍ର ସରକାର ସ୍ଥିର କରିଥିବା ସୂଚନା ମିଳିଛି । କିନ୍ତୁ କେବଳ କୋଭିଡ ଭ୍ୟାକ୍ସିନ ଟିକା ଗ୍ରହଣ କରିଥିବା ବ୍ୟକ୍ତି ହିଁ ଏହି ସେବାର ଲାଭ ପାଇ ପାରିବେ ।

ତେବେ ଅନ୍ୟ ଏକ ବ୍ୟବସ୍ଥା ଅନୁଯାୟୀ ମେଟ୍ରୋ ବ୍ୟବହାରକାରୀ ଯୋତ୍ରୀ ମାନେ ନିଜ ସ୍ମାର୍ଟଫୋନରେ ଯାତ୍ରାର ପାସ ଡାଉନଲୋଡ କରିପାରିବେ । ଯେଉଁମାନେ ସ୍ମାର୍ଟ ଫୋନ ବ୍ୟବହାରକାରୀ ନୁହନ୍ତି, ସେମାନେ ସ୍ଥାନୀୟ ପୋରପାଳିକା ଓ୍ବାର୍ଡ କାର୍ଯ୍ୟାଳୟରୁ ଫୋଟୋ ପାସ ମଧ୍ୟ ନେଇପାରିବେ । କେବଳ କୋଭିଡ ଟିକାର ୨ୟ ଡୋଜର ଭ୍ୟାକ୍ସିନ ଗ୍ରହଣ କରିଥିବା ବ୍ୟକ୍ତି ହିଁ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ । ତେବେ ରେଳଯାତ୍ରା ସମୟରେ କୋଭିଡ କଟକଣାକୁ ଅନୁପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଫେସ ମାସ୍କ ,ସାମାଜିତ ଦୂରତା ବଜାୟ ରଖିବା ଉପରେ ମଧ୍ୟ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.