ମୁମ୍ବାଇ: ଜୈନ ମନ୍ଦିରରେ ଖୋଲିଲା କୋଭିଡ କେନ୍ଦ୍ର । ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଆଶାତୀତ ଭାବେ ବଢିଚାଲିଥିବା ବେଳେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଶଯ୍ୟା, ଡାକ୍ତର ଆଦିଙ୍କର ଘୋର ଅଭାବ ଦେଖିବାକୁ ମିଳିଛି । ଏନେଇ ମୁମ୍ବାଇର ଜୈନ ସମ୍ପ୍ରଦାୟ ସେମାନଙ୍କର ଏକ ମନ୍ଦିରକୁ କୋଭିଡ -19 କେନ୍ଦ୍ରରେ ପରିଣତ କରି ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।
ଏଠାରେ ୧୦୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିବାବେଳେ ପାଥୋଲୋଜି ଲାବ, ଅକ୍ସିଜେନ ସୁବିଧା ସହିତ ୧୦ ଜଣ ଡାକ୍ତର ଏବଂ 50 ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରାଯାଇଛି । ଗତ ବର୍ଷ ମଧ୍ୟ ମହାମାରୀ ସମୟରେ ଏହି ମନ୍ଦିରକୁ ଏକ କୋଭିଡ୍ କେନ୍ଦ୍ରରେ ପରିଣତ କରାଯାଇଥିଲା ଏବଂ 2000 ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ମୁମ୍ବଇରେ ରହୁଥିବା ଜୈନ ଧର୍ମାବଲମ୍ବୀମାନେ ଏଭଳି ଏକ ମହତ ପଦକ୍ଷେପ ଗ୍ରହଣ କରିଛନ୍ତି ।