ETV Bharat / bharat

ଜେଲରୁ ବାହାରିବା ପରେ ଏନସିବିରେ ହାଜର ହେଲେ ଆର୍ୟନ

author img

By

Published : Nov 12, 2021, 3:49 PM IST

Updated : Nov 12, 2021, 10:14 PM IST

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ଶୁକ୍ରବାର ପ୍ରଥମ ଥର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) ନିକଟରେ ହାଜର ହୋଇଛନ୍ତି । ଅଧିକ ପଢନ୍ତୁ...

Drugs on cruise case
ଏନସିବି ନିକଟରେ ହାଜର ହେଲେ ଆର୍ୟାନ ଖାନ

ମୁମ୍ବାଇ: ଏନସିବି ନିକଟରେ ହାଜର ହେଲେ ଆର୍ୟନ ଖାନ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) ନିକଟରେ ଆଜି ପ୍ରଥମ ଥର ହାଜର ହୋଇଛନ୍ତି । ମୁମ୍ବାଇ ହାଇକୋର୍ଟରେ ଏନସିବିର ସର୍ତ୍ତ ଅନୁଯାୟୀ ଆର୍ୟନ ଖାନଙ୍କୁ ଜାମିନ ମିଳିଥିଲା ।

ମୁମ୍ବାଇ କୋର୍ଟର ସର୍ତ୍ତ ଅନୁଯାୟୀ ଆର୍ୟନ ଖାନଙ୍କୁ ଜାମିନ ମିଳିଛି। ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବା ପାଇଁ ଆର୍ୟନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ ନଭେମ୍ବର ୭ ତାରିଖ ଦିନ ଆର୍ୟନ ଖାନଙ୍କୁ ଏନସିବିର ଏସଆଇଟି ପ୍ରଶ୍ନ ଉତ୍ତର ପାଇଁ ଦିନ ଧାର୍ଯ୍ୟ କରିଥିଲା । କିନ୍ତୁ ଆର୍ୟାନ ଖାନ ସ୍ବାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ହାଜର ହୋଇପାରିନଥିଲେ । ତେବେ ଆଜି ଆର୍ୟନ ଖାନ ଏନସିବି ଅଫିସରେ ହାଜର ହୋଇଛନ୍ତି ।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ୟାନ ଖାନ ସମେତ ଆର୍ବାଜ ମାର୍ଚ୍ଚାଣ୍ଟ, ମୁନମୁନ ଧମେଚାଙ୍କୁ ଗିରଫ କରିଥିଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB)। ଦୀର୍ଘ ୨୫ ରୁ ୨୬ ଦିନ ଜେଲରେ ରହିବା ପରେ ଗତ ଅକ୍ଟୋବର ୨୯ ତାରିଖରେ ମୁମ୍ବାଇ ହାଇକୋର୍ଟରୁ ଜାମିନ ମିଳିଥିଲା। ସୂଚନାଥାଉକି ଗତ ଅକ୍ଟୋବର ୨ ତାରିଖରେ ମୁମାଇ ଓ ଗୋଆ ମଝି ସମୁଦ୍ରରେ ଏକ ବିଳାସମୟ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଚଢାଉ କରିଥିଲ ଏନସିବି ।

@ANI

Last Updated : Nov 12, 2021, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.