ETV Bharat / bharat

ଡ୍ରଗ୍ସ ମାମଲା: ସମୀର ଖାନଙ୍କ ଜାମିନ ଆବେଦନ ଖାରଜ - ମୁମ୍ବାଇ କୋର୍ଟ

ଡ୍ରଗ୍ସ ମାମଲାରେ ସମୀର ଖାନଙ୍କ ଜାମିନ ଆବେଦନକୁ ଖାରଜ କଲେ ମୁମ୍ବାଇ କୋର୍ଟ । ତେବେ ୨୦୦ କିଲୋ ଡ୍ରଗ୍ସ ଜବତ କରିବା ମାମଲାରେ ଏନସିବି ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କୁ ଜାନୁଆରୀ 13ରେ ଗିରଫ କରିଥିଲା । ଅଧିକ ପଢନ୍ତୁ...

ଡ୍ରଗ୍ସ ମାମଲା: ସମୀର ଖାନଙ୍କ ଜାମିନ ଆବେଦନ ଖାରଜ

author img

By

Published : Feb 21, 2021, 1:20 PM IST

ମୁମ୍ବାଇ: ଡ୍ରଗ୍ସ ମାମଲାରେ ସମୀର ଖାନଙ୍କ ଜାମିନ ଆବେଦନକୁ ଖାରଜ କଲେ ମୁମ୍ବାଇ କୋର୍ଟ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଡ୍ରଗ୍ସ ଲିଙ୍କ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ‌ ବ୍ୟୁରୋ(ଏନସିବି) ତନାଘନା ଜାରି ରଖିଛି । ମୁମ୍ବାଇରେ ୨୦୦ କିଲୋ ଡ୍ରଗ୍ସ ଜବତ କରିବା ମାମଲାରେ ଏନସିବି ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କୁ ଜାନୁଆରୀ 13ରେ ଗିରଫ କରିଥିଲା । ସମୀର ଖାନ ନବାବ ମଲିକଙ୍କ ଝିଅ ନିଲୋଫରଙ୍କୁ ବିବାହ କରିଛନ୍ତି । ତେବେ ଖାନଙ୍କୁ ଜାନୁଆରୀ 18ରେ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ଏହାପୂର୍ବରୁ ଓକିଲ କହିଥିଲେ ଯେ, ସିବିଡି ତେଲ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥକୁ ଗଞ୍ଜେଇ ସହିତ ମିଶ୍ରଣ କରିବାକୁ ଯୋଜନା କରୁଥିବା ଦର୍ଶାଇ କିଛି ଚାଟ ବିଷୟରେ ଏନସିବି ସମୀରଙ୍କଠାରୁ ପ୍ରମାଣ ମିଳିଛି । ଏହା ସହ କରଣ ଏବଂ ସମୀର ଖାନଙ୍କ ମଧ୍ୟରେ ଏକାଧିକ କାରବାର ହୋଇଥିଲା ଯାହା 20,000ରୁ ଅଧିକ ଥିଲା । ସେ ଡ୍ରଗ୍ସର ବ୍ୟବସାୟିକ କାର୍ଯ୍ୟକଳାପରେ ଜଡିତ ଥିଲେ, ତେଣୁ ଏନଡିପିଏସ୍ ଧାରା 27A ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନସିବି ଓକିଲ କହିଛନ୍ତି।

ତେବେ ଜାନୁୟାରୀ 14ରେ ଏକ ଟ୍ବିଟ କରି ମଲିକ୍ କହିଛନ୍ତି, "କେହି ଆଇନଠାରୁ ଊର୍ଦ୍ଧ୍ବରେ ନୁହଁନ୍ତି, ତେଣୁ ଏଥିରେ କୌଣସି ଭେଦଭାବ ନ କରାଯିବା ଉଚିତ୍ । ଆଇନ ଏହାର ଉଚିତ ପଦକ୍ଷେପ ଗ୍ରହଣ କରିବ ଏବଂ ନ୍ୟାୟ କରିବ । ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ସମ୍ମାନ ଓ ବିଶ୍ବାସ ରହିଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.