ETV Bharat / bharat

ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ, ବାରଣାସୀରେ ସ୍ପାଇସଜେଟ ବିମାନର ଜରୁରୀ ଅବତରଣ

Mumbai Bound Flight Makes Emergency Landing: ସ୍ପାଇସଜେଟ ବିମାନରେ ଚାଲିଗଲା ଯାତ୍ରୀଙ୍କ ଜୀବନ । ବରାଣାସୀରେ ଜରୁରୀ ଅବତରଣ କଲା ଦରଭଙ୍ଗାରୁ ମୁମ୍ବାଇକୁ ଉଡାଣ କରିଥିଲା ବିମାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 26, 2023, 2:21 PM IST

Mumbai bound flight makes emergency landing
ସ୍ପାଇସଜେଟ ବିମାନର ଜରୁରୀ ଅବତରଣ

ପାଟନା: ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ । ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ । ଦରଭଙ୍ଗାରୁ ମୁମ୍ବାଇ ଯାଉଥିବା ବିମାନ ବାରଣାସୀରେ ଜରୁରୀ ଅବତରଣ କରିଛି । ଚିକିତ୍ସା ସମୟରେ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି କଳାବତୀ ଦେବୀ । ତାଙ୍କର ବୟସ 85 ବର୍ଷ । ବିମାନ ଉଡାଣରେ କିଛି ସମୟ ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡିଥିଲା । ଏହାପରେ ପାଇଲଟ ବାରଣାସୀରେ ବିମାନର ଜୁରୁରୀ ଅବତରଣ ନିଷ୍ପତ୍ତି ନେଇଥିଲେ ।

ସୋମବାର ସ୍ପାଇସଜେଟ୍ ବିମାନ SG 116 ବିହାରର ଦରଭଙ୍ଗା ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ସନ୍ଧ୍ୟା ସମୟରେ ଯାତ୍ରା ଆରମ୍ଭ କରିଥିଲା । ବିମାନଟି ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । ଏହି ସମୟରେ ବିମାନଟି ଉତ୍ତରପ୍ରଦେଶର ଏୟାର ସ୍ପେସ୍‌ ନିକଟରେ ପହଞ୍ଚିଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ । ବିମାନ ଅବତରଣ ଅନୁମତି ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବାରାଣାସୀ ସହିତ ଯୋଗାଯୋଗ କରାଯାଇଥିଲା । ଅନୁମତି ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିଥିଲା ସ୍ପାଇସଜେଟ ବିମାନ । ସଙ୍ଗେ ସଙ୍ଗେ ଯାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟା 7ଟା 30 ମିନିଟରେ ବିମାନଟି ଅନ୍ୟ ଯାତ୍ରୀଙ୍କୁ ନେଇ ବାରାଣାସୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ, ପାକିସ୍ତାନରେ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଗତ ନଭେମ୍ବର ମାସରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ଜେଡ୍ଡା-ହାଇଦ୍ରାବାଦ ଇଣ୍ଡିଗୋ ବିମାନ ଉଡାଣ କରିବାର କିଛି ସମୟ ପରେ ମେଡ଼ିକାଲ ଏମରଜେନ୍ସି ପାଇଁ କରାଚିରେ ଜରୁରୀ ଅବତରଣ କରିଥିଲା । ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ବିମାନ କରାଚିରେ ଅବତରଣ କରିଥିଲା । ଏହାପରେ ଯାତ୍ରୀଙ୍କ ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ଅକ୍ଟୋବର ମାସରେ ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରିଥିଲା ଏୟାର ଇଣ୍ଡିଆ ବିମାନ । ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ମେଡିକାଲ ଏମର୍ଜେନ୍ସି ପାଇଁ କରାଚିରେ ଅବତରଣ କରିଥିଲା ଦୁବାଇରୁ ଅମୃତସର ଯାଉଥିବା ବିମାନ । ଏହାପରେ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସରିବା ପରେ କରାଚିରୁ ଅମୃତସର ବିମାନ ଉଡାଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.