ETV Bharat / bharat

ଆକ୍ସନ ମୋଡରେ ଟିମ ମୋଦି; ବୁଲେଟ ଟ୍ରେନ ପ୍ରକଳ୍ପ ସମୀକ୍ଷା କଲେ ନୂଆ ରେଳମନ୍ତ୍ରୀ

ସୋମବାର ରେଳମନ୍ତ୍ରୀ ବହୁ ପ୍ରତିକ୍ଷିତ ବୁଲେଟ ଟ୍ରେନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ । ବର୍ତ୍ତମାନ ପ୍ରକଳ୍ପର ସ୍ଥିତି କେଉଁଠି ଅଛି, କଣ ଆବଶ୍ୟକତା ଅଛି ତାହା ଜାଣିବା ସହ କଣ କରାଯିବ ବର୍ତ୍ତମାନ ତାହା ସମୀକ୍ଷା କରିଥିଲେ ।

author img

By

Published : Jul 13, 2021, 1:56 PM IST

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହେବା ପରେ ଏବେ ପୁରା ଆକ୍ସନରେ ଟିମ ମୋଦି । ଯିଏ ଯେଉଁ ମନ୍ତ୍ରଣାଳୟ ପାଇଲେ ସେହି ମନ୍ତ୍ରଣାଳୟର ସମସ୍ତ ପ୍ରକଳ୍ପ ସହ ବିଭିନ୍ନ ବିଷୟ ବସ୍ତୁ ଉପରେ ହୋମୱାର୍କ କରିବାରେ ଲାଗିପଡିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଭିନ୍ନ ପ୍ରକଳ୍ପର ନିର୍ମାଣ ମହାମାରୀ କରୋନାରେ ହୋଇଥିବା ବ୍ୟାପକ ବିଳମ୍ବରୁ ବାହାରି ଦୃତ ବେଗରେ କାମ କରିବାକୁ ଯୋଜନା ହୋଇଛି ।

ଯେଉଁଥିରେ ସର୍ବାଗ୍ରେ ରହିଛି ରେଳ ମନ୍ତ୍ରଣାଳୟ । ରେଳବାଇର ଅନେକ ପ୍ରକଳ୍ପ ଏବେ ମନ୍ଥର ଗତିରେ ଚାଲିଥିବା ବେଳେ ଏମିତି କିଛି ପ୍ରକଳ୍ପ ଅଛି ଯାହା ବର୍ଷ ବର୍ଷ ଧରି ମାଟି ଟିକେ ମଧ୍ୟ ପଡିନାହିଁ । ନୂଆ ରେଳ ମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ନେବାପରେ ପରେ ଏବେ ସବୁ ପ୍ରକଳ୍ପକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଆଶା ସଞ୍ଚାର । କାରଣ ଏବେ ନୂଆ ରେଳମନ୍ତ୍ରୀ ସବୁ ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରୁଛନ୍ତି ।

ଗତକାଲି (ସୋମବାର) ରେଳମନ୍ତ୍ରୀ ବହୁ ପ୍ରତିକ୍ଷିତ ବୁଲେଟ ଟ୍ରେନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ । ବର୍ତ୍ତମାନ ପ୍ରକଳ୍ପର ସ୍ଥିତି କେଉଁଠି ଅଛି , କଣ ଆବଶ୍ୟକତା ଅଛି ତାହା ଜାଣିବା ସହ କଣ କରାଯିବ ବର୍ତ୍ତମାନ ତାହା ସମୀକ୍ଷା କରିଥିଲେ । ଅହମ୍ମଦାବାଦ- ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ସ୍ବପ୍ନର ପ୍ରକଳ୍ପ । ପ୍ରକଳ୍ପ ପାଇଁ ମୋଟ 1 ହଜାର 396 ହେକ୍ଟର ଜମିର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 1 ହଜାର 35 ହେକ୍ଟର ଜମି ଅଧିଗ୍ରହଣ ସରିଛି ।

ବର୍ତ୍ତମାନ ଅହମ୍ମଦାବାଦରୁ ନଗର -ହାବେଳୀ ମଧ୍ୟରେ ଷ୍ଟେସନ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣ ବାକି ରହିଛି । ଫଳରେ ପ୍ରକଳ୍ପ ଶେଷ ପାଇଁ ଧାର୍ଯ୍ୟ ହୋଇଥିବା 2023 ମସିହାରେ ଶେଷ ହେବନାହିଁ ବୋଲି ରେଳବାଇ ସ୍ବୀକାର କରିଛି । ତେବେ ପୁରା ପ୍ରକଳ୍ପର ସ୍ଥିତି ସମୀକ୍ଷା ସହ ଜାରି ରହିଥିବା କାର୍ଯ୍ୟର ସ୍ଥିତି ସମୀକ୍ଷା ପରେ ପ୍ରକଳ୍ପ କେବେ ଶେଷ ହେବ ତାହା ଘୋଷଣା କରାଯିବ ବୋଲି ରେଳ ମନ୍ତ୍ରଣାଳୟ କହିଛି ।

ଅନ୍ୟପଟେ କରୋନା ସଂକଟ ମଧ୍ୟରେ ନୂଆ ରେଳ ମନ୍ତ୍ରୀଙ୍କ ନେତୃତ୍ବରେ ପ୍ରକଳ୍ପ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.