ETV Bharat / bharat

26/11 Anniversary: ଆତଙ୍କବାଦ ମାନବତା ପାଇଁ ବିପଦ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଟ୍ବିଟ୍‌ରେ ସେ ଲେଖିଛନ୍ତି, ''ଆତଙ୍କବାଦ ମାନବତା ପାଇଁ ବିପଦ ।''

Mumbai 26/11 anniversary: Terrorism threatens humanity, says EAM Jaishankar
26/11 anniversary: EAM ଜୟଶଙ୍କର କହିଲେ ଆତଙ୍କଦାବ ମାନବତା ପାଇଁ ବିପଦ
author img

By

Published : Nov 26, 2022, 1:53 PM IST

ଦିଲ୍ଲୀ: "ଆତଙ୍କବାଦ ମାନବତା ପାଇଁ ବିପଦ(Terrorism threatens humanity) । ଆଜି ୨୬/୧୧, ସାରା ବିଶ୍ବ ଭାରତ ସହିତ ତାର ପୀଡିତଙ୍କୁ ସ୍ମରଣ କରିବା ପାଇଁ ସାମିଲ ହୋଇଛି । ଯେଉଁମାନେ ଏହି ଆକ୍ରମଣର ଯୋଜନା କରିଥିଲେ ଓ ଯେଉଁମାନେ ଦୂରରୁ ଦେଖୁଥିଲେ ଓ ତଦାରଖ କରୁଥିଲେ, ସେମାନଙ୍କୁ ନ୍ୟାୟର କାଠଗଡାରେ ଛିଡା କରାଯିବା ଉଚିତ୍‌ । ସମଗ୍ର ବିଶ୍ବରେ ଆତଙ୍କବାଦର ଶିକାର ବ୍ୟକ୍ତିଙ୍କ ପାଇଁ ଆମର ଏହା ସମ୍ମାନ", ବୋଲି ଟ୍ବିଟ୍‌ରେ ଲେଖିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର (EAM Jaishankar) ।

  • Terrorism threatens humanity.

    Today, on 26/11, the world joins India in remembering its victims. Those who planned and oversaw this attack must be brought to justice.

    We owe this to every victim of terrorism around the world. pic.twitter.com/eAQsVQOWFe

    — Dr. S. Jaishankar (@DrSJaishankar) November 26, 2022 " class="align-text-top noRightClick twitterSection" data=" ">

ଆଜିର ଦିନରେ ହୋଇଥିଲା ଭାରତର ବ୍ୟବସାୟୀକ ରାଜଧାନୀ ମୁମ୍ବାଇ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯାହା ଭାରତ ସହିତ ସାରା ବିଶ୍ବକୁ ଥରାଇ ଦେଇଥିଲା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଆଜି ୧୪ତମ ବାର୍ଷିକୀ । ମୃତ ବ୍ୟକ୍ତିଙ୍କ ସ୍ମୃତି ସମ୍ମାନରେ ବିଶ୍ବ ଭାରତର ସହ ସାମିଲ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ।

ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୧୭୪ ଜଣଙ୍କର ଜୀବନ ଯାଇଥିଲା ଓ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ପ୍ରାୟ ୨୬ଜଣ ବିଦେଶୀ ନାଗରିକ ଥିଲେ । ପାକିସ୍ତାନରେ ଅବସ୍ଥିତ ଲସ୍କର-ଏ-ତୌଇବା(LeT) ମୁମ୍ବାଇ ସହରରେ ଆକ୍ରମଣ କରିବାକୁ ୧୨ ଜଣ ସଶସ୍ତ୍ର ଆତଙ୍କବାଦୀ ପଠଇଥିଲା, ଯାହାକୁ ୨୬/୧୧ ମୁମ୍ବାଇ ଆକ୍ରମଣ ବୋଲି କୁହାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.