ETV Bharat / bharat

Richest Indian in World: ଆଦାନୀଙ୍କୁ ଟପିଲେ ଅମ୍ବାନୀ

author img

By

Published : Feb 1, 2023, 1:38 PM IST

ପ୍ରକାଶ ପାଇଲା ରିଅଲ ଟାଇମ ବିଲିଅନେୟାର ଲିଷ୍ଟ । ବିଶ୍ବ ଧନୀ ତାଲିକାରେ ଗୌତମ ଆଦାନୀକୁ ଟପିଲେ ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ

Richest Indian in World
Richest Indian in World

ନୂଆଦିଲ୍ଲୀ: ବିଶ୍ବ ଧନୀ ତାଲିକାରେ ଗୌତମ ଆଦାନୀକୁ ଟପିଲେ ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ଆଦାନୀଙ୍କୁ ଓଭରଟେକ କରି ୯ ନମ୍ବର ସ୍ଥାନରେ ରହିଛନ୍ତି । ରିଲାଇନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୪.୩ବିଲିୟନ ଡ଼ଲାର ରହିଥିବା ବେଳେ ଦଶମ ସ୍ଥାନରେ ରହିଥିବା ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୪.୧ ବିଲିୟନ ଡଲାର ରହିଛି ।

ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଷ୍ଟକ ବଜାରରେ ଆଦାନୀ ଗୃପ ଅନ୍ତର୍ଗତ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଧାରା ଲାଗି ରହିଛି । ଫଳରେ ଗୌତମ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ମଧ୍ୟ କମିବାରେ ଲାଗିଛି । ଏହାସହ ବିଶ୍ବର ଧନା ତାଲିକାରେ ଆଦାନୀଙ୍କ ସ୍ଥାନ ମଧ୍ୟ ତଳକୁ ଖସିବାରେ ଲାଗିଛି । ବିଶ୍ବର ୩ ନମ୍ବର ଧନୀ ତାଲିକାରେ ରହିଥିବା ଗୌତମ ଆଦାନୀ ବର୍ତ୍ତମାନ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ମଧ୍ୟ ନାହାନ୍ତି । ବିଶ୍ବ ଧନୀ ତାଲିକାରେ ୧୧ତମ ସ୍ଥାନକୁ ଖସିଛନ୍ତି ଗୌତମ ଆଦାନୀ । ଏହାରି ଭିତରେ ଆଜି ପ୍ରକାଶ ପାଇଛି ଫୋବର୍ସ ରିଏଲ ଟାଇମ ବିଲେନିଆରି ଲିଷ୍ଟ ୨୦୨୩ । ପୁଣି ଗୌତମ ଆଦାନୀକୁ ଟପିଲେ ମୁକେଶ ଅମ୍ବାନୀ । ବିଶ୍ବ ଧନୀ ତାଲିକାରେ ଗୌତମ ଆଦାନୀ ୧୦ ନମ୍ବର ସ୍ଥାନରେ ରହିଥିବା ବେଳେ ମୁକେଶ ଅମ୍ବାନୀ ଆଦାନୀଙ୍କୁ ଓଭରଟେକ କରି ୯ ନମ୍ବର ସ୍ଥାନରେ ରହିଛନ୍ତି ।

ଆଦାନୀଙ୍କ ନିଟ ସମ୍ପତ୍ତି ମୂଲ୍ୟ ୮୩.୯ ବିଲିୟନ ଡ଼ଲାରକୁ ଖସି ଆସିଛି। ସେ ବର୍ତ୍ତମାନ ରିଲାଇନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ଠାରୁ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୮୪.୩ବିଲିୟନ ଡ଼ଲାର ।

ଏହା ମଧ୍ୟ ପଢନ୍ତୁ: ଶିଳ୍ପପତି ଆଦାନୀଙ୍କୁ ଝଟକା, ବିଶ୍ୱର ଟପ୍-୧୦ ଧନୀ ଲିଷ୍ଟରୁ ଖସିଲେ

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଫ୍ରାନ୍ସର ଲୁଇ ଭୁଟନ ବ୍ରାଣ୍ଡର ମାଲିକ ବର୍ନାର୍ଡ ଆର୍ନଲ୍ଟ ଏବେ ବିଶ୍ବର ଏକ ନମ୍ବର ଧନୀ ହୋଇଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୨୧୪ବିଲିୟନ ଡଲାର ରହିଛି । ଏହାସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଟେଲସା ସିଇଓ ଏଲନ ମସ୍କ । ମସ୍କଙ୍କର ୧୭୮.୩ ବିଲିୟମର ସମ୍ପତ୍ତି ରହିଛି । ଏହି କ୍ରମରେ ତୃତୀୟ ସ୍ଥାନରେ ରହିଛନ୍ତି ୫୯ ବର୍ଷୀୟ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୨୬.୩ ବିଲିୟନ ଡଲାର ରହିଛି । ଜେଫ୍ ବେଜୋସଙ୍କ ତଳକୁ ରହିଛନ୍ତି ଲେରି ଇଲିଶନ । ୭୮ ବର୍ଷୀୟ ଇଲିଶନଙ୍କ ୧୧୧.୯ ବିଲିୟନ ଡଲାରର ସମ୍ପତ୍ତି ରହିଛି । ପଞ୍ଚମ ସ୍ଥାନରେ ଓ୍ବାରେନ ବୋଫେଟ, ଷଷ୍ଠ ସ୍ଥାନରେ ବିଲ ଗେଟସ, ସପ୍ତମ ସ୍ଥାନରେ କାରଲୋସ ସ୍ଲିମ ହେଲୁ, ଅଷ୍ଟମ ସ୍ଥାନରେ ଲେରି ପେଜ ରହିଛନ୍ତି । ସେହିପରି ଗୌତମ ଆଦାନୀଙ୍କୁ ଓଭରଟେକ କରିଛନ୍ତି ମୁକେଶ ଅମ୍ବାନୀ ନବମ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୮୪.୫ ବିଲିୟନ ଡଲାର ରହିଛି । ଦଶମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୪.୧ ବିଲିୟନ ଡଲାର ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.