ETV Bharat / bharat

ଚେନ ଝାମ୍ପି ବନ୍ଧା ହେଲେ ମିଷ୍ଟର ଇଣ୍ଡିଆ ବିଜେତା

ଜଣେ ଶିକ୍ଷିତ ଯୁବକ ହୋଇ ମଧ୍ୟ ଚୋରି ଅଭିଯୋଗରେ ବନ୍ଧା ହୋଇଛନ୍ତି ୨୨ ବର୍ଷୀୟ ଯୁବକ ମହମ୍ମଦ ଫୈଜଲ । ଜଣେ ମହିଳାଙ୍କ ବେକରୁ ଚେନ ଝାମ୍ପି ନେବା ଅଭିଯୋଗରେ ମହମ୍ମଦଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ ।

ଚେନ ଝାମ୍ପି ବନ୍ଧା ହେଲେ ମିଷ୍ଟର ଇଣ୍ଡିଆ ବିଜେତା
ଚେନ ଝାମ୍ପି ବନ୍ଧା ହେଲେ ମିଷ୍ଟର ଇଣ୍ଡିଆ ବିଜେତା
author img

By

Published : Mar 21, 2022, 1:51 PM IST

ତାମିଲନାଡୁ: ମୁଣ୍ଡରେ ମିଷ୍ଟର ଇଣ୍ଡିଆ ତାଜ । ହେଲେ କାମରେ ଜିରୋ । ଜଣେ ଶିକ୍ଷିତ ଯୁବକ ହୋଇ ମଧ୍ୟ ଚୋରି ଅଭିଯୋଗରେ ବନ୍ଧା ହୋଇଛନ୍ତି ୨୨ ବର୍ଷୀୟ ଯୁବକ ମହମ୍ମଦ ଫୈଜଲ । ଜଣେ ମହିଳାଙ୍କ ବେକରୁ ଚେନ ଝାମ୍ପି ନେବା ଅଭିଯୋଗରେ ମହମ୍ମଦଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ ।

ସୂଚନାଅନୁସାରେ ୧୭ମାର୍ଚ୍ଚରେ ରନ୍ତା ଦେବୀ ନାମକ ଜଣେ ମହିଳାଙ୍କ ଚେନ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ସେ ରାସ୍ତାର ଯାଉଥିବା ସମୟରେ ମହମ୍ମଦ ତାଙ୍କ ବେକରୁ ୧୦ ଗ୍ରାମର ଚେନ ଝାମ୍ପି ନେଇଥିବା ଅଭିଯୋଗ କରିଥିଲେ । ଏହାପରେ ସିସିଟିଭି ଫୁଟେଜ ଆଧାରରେ ମହମ୍ମଦଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ ।

୨୦୨୦ରେ ଗ୍ରାଜୁଏସନ ଶେଷ କରି ବି.ଟେକ କରୁଛନ୍ତି ମହମ୍ମଦ । ସେ ଜଣେ ବଡି ବିଲଡର ସହିତ ୨୦୧୯ରେ ମିଷ୍ଟର ଇଣ୍ଡିଆ ତାଜ ମଧ୍ୟ ଜିତିଛନ୍ତି । ଗ୍ରାଜୁଏସନ ପରେ ସେ ଏକ ମୋବାଇଲ ଦୋକାନ କରିଥିଲେ । ହେଲେ ପ୍ରବଳ କ୍ଷତି ସହିଥିଲେ । ଋଣ ସୁଝିବା ତାଙ୍କ ପାଇଁ କଷ୍ଟକର ହୋଇଥିଲା । ଆର୍ଥିକ ସଙ୍କଟକୁ ବର୍ତ୍ତିବା ପାଇଁ ଏହିପରି ଭାବରେ ଲୁଟ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.